ସ୍ବଚ୍ଛତା ପାଇଁ ରାସ୍ତାକଡ଼ ଏବଂ ସର୍ବସାଧାରଣ ସ୍ଥାନରୁ ହଟିବ ଜବର ଦଖଲ: ବିଏମ୍‌ସି

ଭୁବନେଶ୍ୱର (କେନ୍ୟୁଜ): ରାସ୍ତା ଏବଂ ରାସ୍ତକଡ଼ ସଫେଇକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବାରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାସ୍ତାକଡ଼ର ପରିତ୍ୟକ୍ତ ଏବଂ ପୂରାତନ ଗାଡ଼ି, କ୍ୟାବିନ୍‌ ପ୍ରଭୁତିକୁ ଦୂରାଇବା ନେଇ ଆଲୋଚନା ହୋଇଛି। ବିଏମ୍‌ସି ବୈଠକ ଗୃହରେ ସମ୍ପୃକ୍ତ ପରିମଳ ଏବଂ ଇଂଜିରିୟରିଂ ଉପବିଭାଗର ସଫେଇ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା କରି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି।

ସହରର ବିଭିନ୍ନ ସ୍ଥାନରେ ପୁରୁଣା ଭଙ୍ଗା ଗାଡ଼ି, କ୍ୟାବିନ୍‌, ଠେଲା, ବାଉଁଶ, ପଟି ଆଦି ପଡିରହି ସହରର ଶୋଭାକୁ ନଷ୍ଟ କରିବା ସହିତ ପରିମଳରେ ବାଧକ ସାଜିଛି। ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟି ଦିଆଯାଉଥିବାବେଳେ ଏଭଳି ଅଦରକାରୀ ସାମଗ୍ରୀ ଅଳିଆ ଆବର୍ଜନାର ସ୍ଥାନ ପାଲଟିଛି। ଏହା ସାଙ୍ଗକୁ ପରିତ୍ୟକ୍ତ ଆସବାବପତ୍ର ମଧ୍ୟ ବେଆଇନ ଭାବେ ଜାଗା ଜବରଦଖଲ କରୁଛି। ତେଣୁ ଏସବୁର ସୁପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଉଛି। ବିଏମ୍‌ସି ସହିତ କମିଶନରରେଟ ପୋଲିସ୍‌ ଏବଂ ଅନ୍ୟ ସଂଯୁକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା ଓ ପଦକ୍ଷେପର ନକ୍‌ସା ପ୍ରସ୍ତୁତ କରଯାଉଛି।

ଅନେକ ସ୍ଥାନରେ ଏପରିକି ଡ୍ରେନ ଉପରେ ଅସ୍ଥାୟୀ ଘର ଭଳି କରିଥିବା ପୁରୁଣା ଗାଡ଼ି ଇତ୍ୟାଦି ରଖିଥିବାର ଦୃଶ୍ୟ ସ୍ବତନ୍ତ୍ର ଫଟୋ ଦ୍ୱାରା ଅଣାଯାଇ, ସ୍ଥାନ ଅନୁଯାୟୀ କେଉଁଠି କଣ ସବୁ ରହିଛି ତାହାର ଆକଳନ ମଧ୍ୟ କରାଯିବ। ତେବେ କୌଣସି ବ୍ୟକ୍ତିଙ୍କର ଏପରି କିଛି ସାମଗ୍ରୀ ରାସ୍ତା ଉପରେ ରହିଥିଲେ ସେମାନେ ସମୟ ପୂର୍ବରୁ ଏହାକୁ ଉଠାଇ ନେବାକୁ ଅନୁରୋଧ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ତେଣୁ ଏପରି ପରିତ୍ୟକ୍ତ ଆସବାବଗୁଡିକୁ ହଟାଇ ନେଇ ସମ୍ପୃକ୍ତ ବ୍ୟକ୍ତି ସହର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟ ବିକାଶରେ ସହଯୋଗୀମୂଳକ ଆଚରଣ ଦେଖାଇବାକୁ କୁହାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.