ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ ଆଲ୍‌ଭା, ଘୋଷଣା କଲେ ଶରଦ ପାଓ୍ଵାର

ନୂଆଦିଲ୍ଲୀ: ଏନ୍‌ଡିଏର ଜଗଦୀପ ଧନଖଡ଼ଙ୍କ ବିରୋଧରେ ମିଳିତ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ମାର୍ଗାରେଟ ଆଲଭା। ବିପକ୍ଷ ଦଳର ବୈଠକ ପରେ ଆଜି ମାର୍ଗାରେଟଙ୍କ ନାଁ ଘୋଷଣା କରିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାୱାର।

୧୯୪୨ ଏପ୍ରିଲ ୧୪ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ମାର୍ଗାରେଟ। ୮୦ ବର୍ଷୀୟ ମାର୍ଗାରେଟ ପ୍ରଥମ ଥର ପାଇଁ ୧୯୭୪ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସେ ସାଂସଦ ଭାବେ କେନ୍ଦ୍ରରେ ୫ ଥର ସଂସଦୀୟ ବ୍ୟାପାର ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ପରେ ସେ ଗୋଆ, ଗୁଜରାଟ, ରାଜସ୍ଥାନ ଓ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।


ସୂଚନାଯୋଗ୍ୟ ଯେ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନ ଦୁଇ ପ୍ରାର୍ଥୀ, ଦ୍ରୌପଦୀ ମୁର୍ମୁ ଓ ଯଶୱନ୍ତ ସିହ୍ନାଙ୍କ ପ୍ରତି ଥିବା ସମର୍ଥନ ଦେଖିଲେ, ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ଆଗରେ ଅଛନ୍ତି। ବିଜୟ ପାଇଁ ଆବଶ୍ୟକ ସର୍ବନିମ୍ନ ୫୦ ପ୍ରତିଶତ ଭୋଟକୁ ଦେଖିଲେ, ଦ୍ରୌପଦୀଙ୍କୁ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଭୋଟ୍‌ ମିଳିବାକୁ ଯାଉଛି। ଏନ୍‌ଡିଏ ପାଖରେ ଆବଶ୍ୟକ ସଂଖ୍ୟା ନଥିଲେ ମଧ୍ୟ ବିଜେଡି ସହ ଅନେକ ଅଣଏନ୍‌ଡିଏ ଦଳ ଦ୍ରୌପଦୀଙ୍କୁ ସମର୍ଥନ କରୁଛନ୍ତି। ତେଣୁ ଦ୍ରୌପଦୀ ମୁର୍ମୁ ନିର୍ବାଚନ ଜିତିବା ସମ୍ଭାବନା ଅଧିକ ରହିଛି। ଅନ୍ୟପଟେ ଆଜି ଦ୍ରୌପଦୀଙ୍କ ବିଜୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ପୂଜାର୍ଚ୍ଚନା କରିଛନ୍ତି।

Also Read: ବର୍ଷା ପାଣି ନିଷ୍କାସନ ନ ହେବାରୁ ଟାଓ୍ଵାର ଉପରେ ଚଢ଼ି ପ୍ରତିବାଦ କଲେ ଯୁବକ, ଅଫିସରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଓହ୍ଲାଇଲେ

Leave A Reply

Your email address will not be published.