ସୁନା ଓ ରୁପା ଦାମ୍‌ରେ ଆସିଲା ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଦାମ୍‌

ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ପରି ସୁନା ଓ ରୁପା ଦର ମଧ୍ୟ ବଦଳି ଥାଏ। ଆଜି ଭାରତୀୟ ବଜାରରେ ସୁନା ଓ ରୁପା ଦାମରେ କିଛିଟା ପରିବର୍ତ୍ତନ ହୋଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬, ୬୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦, ୯୧୦ ଟଙ୍କା ଥିବା ଜଣାଯାଇଛି।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୦୦ ଟଙ୍କା ଓ ୫୧ ହଜାର ୧୬୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୯୦୦ ଟଙ୍କା ଓ ୫୧,୧୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର କମି ଯଥାକ୍ରମେ ୪୬,୯୦୦ଟଙ୍କା ଓ ୫୧,୧୬୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୯୦୦ ଟଙ୍କା ଓ ୫୧ ହଜାର ୧୬୦ ଟଙ୍କା ରହିଛି।

ଅନ୍ୟପଟେ ରୁପା ମୂଲ୍ୟ ଆଜି କମିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୫୫ ହଜାର ୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.