ପୁଣି ମହାନତା ଦେଖାଇଲେ ଡ.ଅଚ୍ୟୁତ ସାମନ୍ତ: ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ତାଙ୍କ ୩ ପୋଷ୍ୟ ପିଲାଙ୍କର ନେଲେ ସମ୍ପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର(କେନ୍ୟୁଜ୍): ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଳିଙ୍ଗ ଟିଭି ଓ କେନ୍ୟୁଜ୍ ର କାମାକ୍ଷାନଗର ରିପୋର୍ଟର ଦୁଷ୍ମନ୍ତ ମହାନ୍ତି ଥିଲେ ଜଣେ ପରୋପକାରୀ ଓ ସେବା ମନୋଭାବସଂପନ୍ନ ଯୁବକ । ସେ କଳିଙ୍ଗ ଟିଭି ତଥା କିଟ୍‌-କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁଷ୍ମନ୍ତ ୩ ଜଣ ଅନାଥ ପିଲାଙ୍କୁ ନିଜ ପାଖରେ ରଖି ସେମାନଙ୍କ ପାଠପଢ଼ାର ଦାୟିତ୍ୱ ନେଇଥିଲେ ।

dushnta

ଖବର ସଂଗ୍ରହ ବେଳେ ୩ଜଣ ପିଲାଙ୍କ କରୁଣ କାହାଣୀ ବିଷୟରେ ଜାଣିବା ପରେ ଦୁଷ୍ମନ୍ତ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏବେ ଦୁଷ୍ମନ୍ତଙ୍କ ଅକାଳ ମୃତ୍ୟୁ ପରେ ସେମାନେ ପୁଣି ଅନାଥ ହେବା ଆଗରୁ ଡକ୍ଟର ଅଚ୍ୟୁତ ସାମନ୍ତ ଏହି ୩ ପିଲାଙ୍କ ସଂପୂର୍ଣ୍ଣ ଦାୟିତ୍ୱ ନିଜେ ବହନ କରିବେ ବୋଲି କହିଛନ୍ତି । ୩ ଅନାଥ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତଥା ସମ୍ପୂର୍ଣ୍ଣ ଦାୟିତ୍ୱ କିସ୍‌ ଫାଉଣ୍ଡେସନ୍‌ ନେବ ବୋଲି ଡକ୍ଟର ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ଡକ୍ଟର ସାମନ୍ତ ଦୁଷ୍ମନ୍ତଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପରିବାର ପାଇଁ ୧ଲକ୍ଷ ଟଙ୍କା ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.