ମେଡିକାଲରେ ଭର୍ତ୍ତିର ଆବଶ୍ୟକ ନାହିଁ, ଏମ୍‌ସ ରିପୋର୍ଟ ପରେ ଆଜି କୋଲକାତା ଫେରୁଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଭୁବନେଶ୍ୱର(କେନ୍ୟୁଜ୍): ଏମ୍‌ସ ରିପୋର୍ଟ ପରେ ଆଜି କୋଲକାତା ଫେରୁଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଆଜି ସକାଳେ ଏମ୍ସରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପାର୍ଥ। ଏହାପରେ ତାଙ୍କୁ କୋଲକାତା ନିଆଯାଉଛି। ପାର୍ଥ ଚାଟାର୍ଜୀଙ୍କୁ ହସପିଟାଲରେ ରଖି ଚିକିତ୍ସା କରିବାର ଆବଶ୍ୟକତା ନାହିଁ । ପାର୍ଥଙ୍କ ମେଡିକାଲରେ ଭର୍ତ୍ତିର ଆବଶ୍ୟକ ନାହିଁ ବୋଲି ରିପୋର୍ଟ ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ।

ଏମସ ପକ୍ଷରୁ ଜାରି ପାର୍ଥଙ୍କ ମେଡିକାଲ ରିପୋର୍ଟକୁ କୋର୍ଟରେ ଦାଖଲ କରିଛି ଇଡି । ମେଡିକାଲରେ ଆଡମିଟ ହେବାର ଆବଶ୍ୟକତା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ପାର୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି, ଛାତିରେ ଯନ୍ତ୍ରଣା ନାହିଁ ବୋଲି ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକ ଡା.ଆଶୁତୋଷ ବିଶ୍ୱାସ ସୂଚନା ଦେଇଥିଲେ । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଏମସରେ ପାର୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପାର୍ଥଙ୍କୁ କୋଲକତା SSKM ହସ୍ପିଟାଲରୁ ଏୟାର ଆମ୍ବୁଲାନ୍‌ସରେ ଭୁବନେଶ୍ୱର ଏମ୍‌ସ ଆଣିଥିଲା ED ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.