ମାହାଙ୍ଗା/ସାଲେପୁର(କେନ୍ୟୁଜ୍): ମାଛ ଧରା ଜାଲରେ ପଡିଲା ବିରାଟ ଅଜଗର । କଟକ ନିଶ୍ଚନ୍ତକୋଇଲି କେନ୍ଦୁପାଟଣା ଗାଁରୁ ଏହି ଅଜଗର ଉଦ୍ଧାର ହୋଇଛି । ମାଛ ଧରିବା ପାଇଁ କେନ୍ଦୁପାଟଣା ନିକଟ ନଦୀ ପଠାରେ ମାନସ ବେହେରା ନାମକ ବ୍ୟକ୍ତି ଜାଲ ବିଛାଇ ଥିବା ବେଳେ ଏହି ଅଜଗର ସାପଟି ଜାଲ ରେ ପଡ଼ିଥିବାର ଦେଖି ମାନସ ଗାଁ ଲୋକଙ୍କୁ ଡାକି ପକାଇଥିଲେ । ସମସ୍ତେ ମିଳି ମିଶି ଜାଲରୁ ଏହି ଅଜଗରକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ୬ ଫୁଟ ଲମ୍ବ ଓ ୧୪ କିଲୋ ଓଜନର ଅଜଗରକୁ ଜଙ୍ଗଲରେ ଛାଡ଼ିବାକୁ ନେଇଥିଲେ । ତେବେ ପ୍ରଥମ ଥର ଗାଁରେ ଏଭଳି ଅଜଗର ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ଲାଗିଥିଲା ।