ଏୟାର ସୋ’ ପାଇଁ ସୋମବାର ଭୁବନେଶ୍ୱରରେ ପହଞ୍ଚିବ ଇଣ୍ଡକ୍ସନ ଟିମ୍‌, ୯ଟି ଫାଇଟର ଜେଟ୍‌ କରିବେ କୌଶଳ ପ୍ରଦର୍ଶନ

କେନ୍ୟୁଜ୍(ବ୍ୟୁରୋ): ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ଲାଗି ଆଜି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌। ଏଥିପାଇଁ ସପୋର୍ଟ ଟିମ୍‌ ଆସି ପହଞ୍ଚିଛନ୍ତି । ଆସନ୍ତା ୧୬ରେ ଭୁବନେଶ୍ୱରର କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଆରମ୍ଭ।

କୁଆଖାଇ ନଦୀକୂଳରେ ସ୍ଥିତି ପରଖିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିିସିପି ପ୍ରତୀକ ସିଂ। ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ସେନେଇ ନିରୀକ୍ଷଣ କରାଯାଇଛି। N32 ବିମାନରେ ଆସିବ ଇଣ୍ଡକ୍‌ସନ ଟିମ୍‌। ୧୬ତାରିଖରେ ସୋରେ ଭାଗ ନେବା ପାଇଁ ୧୩ ତାରିଖରେ ୧୧ଟି ହକ୍‌ ବିମାନ ଆସିବ। ସୋରେ ୯ଟି ହକ୍‌ ବିମାନ ଅଂଶଗ୍ରହଣ କରିବା ଓ ୨ଟି ବିମାନ ଷ୍ଟାଣ୍ଡ ବାଏ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.