ଯାଜପୁର ଜିଲ୍ଲାରେ ଧର୍ମଶାଳା ମହୋତ୍ସବର ଶୁଭାରମ୍ଭ

ଯାଜପୁର (କେ ନ୍ୟୁଜ୍‌) : ଉଦ୍‌ଘାଟିତ ହୋଇଛି ଚତୁର୍ଦ୍ଦଶ ବାର୍ଷିକ ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବ-୨୦୧୮। ଜାରକା ମହୋତ୍ସବ ପୂଜା କମିଟି ପକ୍ଷରୁ ଆୟୋଜିତ ଧର୍ମଶାଳା ମହୋତ୍ସବକୁ ଯାଜପୁର ସାଂସଦ ରୀତା ତରାଇ ଉଦ୍‌ଘାଟନ କରିଥିଲେ। ଧର୍ମଶାଳା ବିଧାୟକ ଉଦ୍‌ଘାଟନୀ ସଂଧ୍ୟାରେ ଉପସ୍ଥିତ ଥିଲେ। ଧର୍ମଶାଳା ଚାନ୍ଦବାଲି ଡାଇମଣ୍ଡ ଗ୍ରୁପ୍‌ର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶୀତୁଆ ସଂଧ୍ୟାରେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ। ମହୋତ୍ସବ ପଡିଆରେ ଶତାଧିକ ଷ୍ଟଲ ପଡିଛି। ଏହି ମହୋତ୍ସବ ୧୨ଦିନ ଧରି ଚାଲିବ। ପ୍ରଥମ ସନ୍ଧ୍ୟାରୁ ମହୋତ୍ସବରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

JAJPUR MAHOSTABA-3

Leave A Reply

Your email address will not be published.