୨୦୧୯ରେ ମୋଦି ସରକାରଙ୍କ ୬ଟି ଲୋକାଭିମୁଖୀ ନିଷ୍ପତ୍ତି ଦେଇ ପାରେ ଜନସାଧାରଣଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ନୂଆ ବର୍ଷରେ ମୋଦି ସରକାର ସାଧାରଣ ଲୋକଙ୍କୁ ଦେଇ ପାରନ୍ତି ୬ଟି ଭେଟି । ଯଦି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ ତେବେ କୋଟି କୋଟି ସାଧାରଣ ଜନତା ଲାଭବାନ୍ ହେବେ । ଆସନ୍ତୁ ଜାଣିବା ଏହି ୬ଟି ଭେଟି କଣ ।
୧-ୟୁବିଆଇ (ୟୁନିଭର୍ସାଲ ବେସିକ୍ ଇନକମ୍) । ଏଥିରେ କୋଟି କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ସରକାର କିଛି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପଠାଇବେ । ୨୦୧୬-୧୭ ଆର୍ଥିକ ବର୍ଷରେ ସର୍ଭେ କରାଯିବା ପରେ ଏହି ଯୋଜନାକୁ ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ଯାହା ୨୦୧୯ରେ ଲାଗୁ ହାଇ ପାରେ ।
୨-ଅନ୍ଲାଇନ୍ ଟ୍ରାଞ୍ଜାକସନ୍ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅମ୍ବୁଡ୍ସମ୍ୟାନ୍ ନିଯୁକ୍ତ କରି ପାରନ୍ତି । ଯିଏକି ଅନ୍ଲାଇନ୍ ଟ୍ରାଞ୍ଜାକସନ୍ରେ ହେଉଥିବା ସମସ୍ୟା, ଲୋକଙ୍କର ଅର୍ଥ ନେଣଦେଣରେ ଦେଖା ଦେଉଥିବା ତ୍ରୁଟି, ମୋବାଇଲ୍ ବ୍ୟାଙ୍କିଂ ବେଳେ ଟ୍ରାଞ୍ଜାକସନ୍ ଅଧାରୁ ଅଟକି ଯିବା ଭଳି ଅସୁବିଧା ନେଇ ଅମ୍ବୁଡ୍ସମ୍ୟାନଙ୍କ ନିକଟରେ ଅଭିଯୋଗ କରିହେବା
୩- କମିବ ଜିଏସ୍ଟି । ଶାସ୍ତା ହେବ କିଛି ଅତ୍ୟାବଶ୍ୟକ ସାମଗ୍ରୀ । ଯେଉଁ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ କରାଯାଇଛି ସେ ସବୁକୁ ୦ କିମ୍ବା ୫ ପ୍ରତିଶତ ସ୍ଲାବ୍କୁ ଆଣିବା ପାଇଁ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।
୪-ଘର କିଣିବା ଶାସ୍ତା ହୋଇ ପାରେ । ଆସନ୍ତା ଜାନୁଆରୀ ମାସରେ ବସିବାକୁ ଥିବା ଜିଏସ୍ଟି ବୈଠକରେ ସମ୍ପୂର୍ଣ୍ଣ ହୋଇଥିବା କିମ୍ବା ନିର୍ମାଣାଧୀନ ଘରଗୁଡ଼ିକ ଉପରୁ ଜିଏସ୍ଟି କମ୍ କରିବା ଲାଗି ନିଷ୍ପତ୍ତି ହୋଇ ପାରେ । ଯାହାଫଳରେ ଘର ଦାମ୍ ପୂର୍ବାପେକ୍ଷା ଶାସ୍ତା ହେବ ।
୫-୨୦୧୯ରେ ମୋବାଇଲ୍ ରିଚାର୍ଜ କଲା ଭଳି ବିଜୁଳି ଜାଳିବା ଲାଗି ମଧ୍ୟ ଆଗେ ରଚାର୍ଜ କରିବାକୁ ହେବ । ଏପ୍ରିଲ ୧ରୁ ସ୍ମାର୍ଟ ପ୍ରିପେଡ୍ ମିଟର ସମସ୍ତଙ୍କ ଘରେ ଓ ବ୍ୟାବସାୟିକ ସଂସ୍ଥାରେ ବାଧ୍ୟତା ମୂଳକ ହୋଇ ପାରେ । ଯାହାଫଳରେ ଆପଣ ୩୦ ଦିନ ପାଇଁ ରିଚାର୍ଜ କରି ଯେତିକି ଜାଳିବେ ସେତିକିର ଦେୟ ଦେବେ । ଏଥିରେ ବିଜୁଳି ଅପଚୟ ରୋହେବ ଏବଂ ଅଯଥା ବିଲ୍ ମଧ୍ୟ ଆସିବ ନାହିଁ ।
୬-ଆଇଟିଆର ଫର୍ମ ପୂରଣକୁ ନେଇ ରହୁଥିବା ସମସ୍ୟା ଦୂର ହୋଇ ପାରେ । କାରଣ ସିବିଡିଟି ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଫିଲ୍ଅପ୍ ହୋଇଥିବା ଫର୍ମ ଲୋକଙ୍କୁ ଦିଆଯିବ । ଯେଭଳି ଆୟକର ଦାଖଲ ସହଜ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।