ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କାଲି ଅର୍ଥାତ ୧୭ ସେପ୍ଟେମ୍ବର ବିଶ୍ୱକର୍ମା ପୂଜା ଦିନ ସୂର୍ଯ୍ୟ କନ୍ୟା ରାଶିରେ ଗୋଚର କରିବେ । ସେଠାରେ ସୂର୍ଯ୍ୟ ଓ ବୁଧ ଗ୍ରହର ସଂଯୋଗ ବୁଧାଦିତ୍ୟ ଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ ବୁଧାଦିତ୍ୟ ଯୋଗକୁ ଏକ ଶୁଭ ଯୋଗ କୁହାଯାଇଥାଏ । ଆସନ୍ତୁ ଜାଣିବା କେଉଁ ରାଶି ବାଲାଙ୍କୁ ମିଳିବ ଏହାର ଲାଭ ।
ମେଷ ରାଶି :
ସୂର୍ଯ୍ୟଙ୍କ ଏହି ଗୋଚର ମେଷ ରାଶି ବାଲାଙ୍କ ପାଇଁ ଶୁଭ ହୋଇଥାଏ । ଏହି ଗୋଚର ଅବଧିରେ ଆପଣଙ୍କୁ ଧନ ଓ ସମ୍ପତି ଲାଭ ହେବାର ଯୋଗ ବନି ରହିଥାଏ । ପାର୍ଟନରସିପ ବ୍ୟବସାୟରେ ଲାଭ ହେବ । ଅଫିସରେ ଆପଣଙ୍କୁ ସମ୍ମାନ ମିଳିବ ।
କର୍କଟ ରାଶି :
ଏହି ଗୋଚର କର୍କଟ ରାଶି ବାଲାଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ନେଇ କରି ଆସିବ । ବିଦେଶ ଯାତ୍ରା ଅଥବା ଚାକିରି ସୁଯୋଗ ମିଳିପାରେ । ବାଦ ବିବାଦରୁ ମୁକ୍ତି ମିଳିବ । ଯୋଜନାବଦ୍ଧ ଭାବେ କାମ କରନ୍ତୁ ସଫଳତା ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଠାରୁ ଭଲ ହେବ ।
ବିଚ୍ଛା ରାଶି :
ସୂର୍ଯ୍ୟ ରାଶି ପରିବର୍ତ୍ତନର ଶୁଭ ଫଳ ବିଚ୍ଛା ରାଶି ବାଲାଙ୍କୁ ମଧ୍ୟ ମିଳିବ । ଦୀର୍ଘ ସମୟରୁ ଚାଲି ଆସୁଥିବା କିଛି ବଡ଼ ସମସ୍ୟାର ସମାଧାନ ମଳିବ । ଆର୍ଥିକ ସ୍ଥିତି ପୂର୍ବ ଠାରୁ ଭଲ ହେବ । ଅଫିସରେ ନିଜର ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ମଧୂର ରହିବ । ଚାକିରିରେ ପ୍ରମୋଶନ ମିଳିବାର ସୁଯୋଗ ରହିଛି ।
ଧନୁ ରାଶି :
ଏହି ବୁଧାଦିତ୍ୟ ଯୋଗ ଆପଣଙ୍କ ପାଇଁ ଲାଭର ନୂଆ ସୁଯୋଗ ସୃଷ୍ଟି କରିବ । ସରକାରୀ କାମରେ ଲାଭ ମିଳିବ । ଏଥିପାଇଁ ସରକାରୀ କାମ ସହ ସଂପୃକ୍ତ କାର୍ଯ୍ୟରେ ଲାଭ ମିଳିବ । ସରକାରୀ ଚାକିରି ପାଇଁ ଆବେଦନର ସୁଯୋଗ ରହିଛି । ସୁଖ ସୁବିଧାରେ ଉନ୍ନତି ଘଟିବ ।