ପୋଖରୀକୁ କେଉଁଠୁ ଆସିଲା ୩ ନବଜାତ ଶିଶୁଙ୍କର ମରଶରୀର,ଚିନ୍ତାରେ ଗାଁ ଲୋକ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ୩ଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ସନ୍ଦେହ ଘେରରେ।

ଏକକାଳୀନ ୩ଟି ନବଜାତକଙ୍କ ମୃତଦେହକୁ ଦେଖି ଗ୍ରାମବାସୀ ଚିନ୍ତାରେ।ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ହୋଇଥିବା ବେଳେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳରୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଛି।

 

Leave A Reply

Your email address will not be published.