ଢେଙ୍କାନାଳ (କେନ୍ୟୁଜ୍): ଥାନା ଓ ବ୍ୟାଙ୍କ ବୁଲି ଦେଖିଲେ ଛାତ୍ରଛାତ୍ରୀ। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁରର ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁ ଗୃହର ୬୦ଜଣ ଅନାଥ ଶିଶୁ ଅନ୍ତେବାସୀ ଥାନା ଓ ବ୍ୟାଙ୍କ ବୁଲି ଦେଖିଛନ୍ତି। ଢେଙ୍କାନାଳ ମୁଖ୍ୟ ଡାକଘର, ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଓ ଟାଉନ ଥାନା ପରିଦର୍ଶନ କରି ସେଠାକାର କାର୍ଯ୍ୟଶୈଳୀ ଉପରେ ଜ୍ଞାନ ଆହରଣ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏହି ପରିଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା। ଅନ୍ତେବାସୀଙ୍କୁ ବସ ଯୋଗେ ଉକ୍ତ ସ୍ଥାନଗୁଡ଼ିକୁ ନିଆଯାଇଥିଲା।
ଡାକ ଘରେ ଚିଠି ଦେବା, ଚିଠି ଆସିବା, ଟଙ୍କା ଜମା ଓ ରଣ, ଇମେଲ, ସ୍ପିଡ ପୋଷ୍ଟ ସହ ବ୍ୟାଙ୍କରେ ଜମା, ଋଣ ପ୍ରଦାନ ଓ ପରିଶୋଧ, ପାଠ ପଢିବା ପାଇ ଥିବା ସୁଯୋଗ, କୃଷି ଋଣ, ଆଧାର କାର୍ଡ ବ୍ୟବହାର, ଟାଉନ ଥାନାରେ ଶିଶୁମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ, ଶିଶୁ ଅଧିକାର, ଶିଶୁଙ୍କ ପାଇଁ ଥିବା ଆଇନ ସଂପର୍କରେ ଅଧିକାରୀ ମାନେ ଅନ୍ତେବାସୀଙ୍କୁ ବୁଝାଇ ଥିଲେ। ପରିଦର୍ଶର ଆସି ଅନ୍ତେବାସୀ ମାନେ ବେଶ ଖୁସି ଥିବା ପ୍ରକାଶ କରିଥିଲେ।.