ବାଙ୍ଗିରିପୋଷି ରେଞ୍ଜର ନାଫ୍ରି ଜଙ୍ଗଲରୁ ମିଳିଲା ହାତୀ ଛୁଆର ମୃତଦେହ, ମୃତ୍ୟୁର କାରଣ ସ୍ପଷ୍ଟ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜର ନାଫ୍ରି ଜଙ୍ଗଲରେ ମୃତ ହାତୀ ଶାବକ ଠାବ। ମୃତ ହାତୀ ଶାବକର ଵୟସ ପାଖାପାଖି ପ୍ରାୟ ୩ ମାସ ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲ ଭିତରେ ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ମଙ୍ଗଳବାର ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆର ମୃତଦେହକୁ ଉଦ୍ଧାର କରିଥିଲେ । ବାରିପଦା ବନଖଣ୍ଡ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ନାହିଁ। ବନ ବିଭାଗ ଏବଂ ପଶୁ ଚିକିତ୍ସା ବିଭାଗର ଅଧିକାରୀ ମାନଙ୍କ ଦ୍ବାରା ତଦନ୍ତ ଆରମ୍ଭ।

ହାତୀର ମୃତଦେହକୁ ବିଭାଗ ଜବତ କରି ବ୍ୟବଛେଦ କରାଇ ପୋତି ଦେଇଛି। ତେବେ ହାତୀ ମୃତ୍ୟୁ ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟରେ ଦିନକୁ ଦିନ ଏମିତି ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଯାଉଛି। ହେଲେ ବନବିଭାଗ କରୁଛି କଣ ବୋଲି ପ୍ରଶ୍ନ ଉଠୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.