Below header

ଦାମୀ ମଇଁଷି: ଦିନକୁ ଖାଉଛି ୩୦ କେଜିର ଚାରା, ୭ କେଜିର ଗହମ ଚୁନା ଏବଂ ମିନେରାଲ ମିକଶ୍ଚର

୧୦ କୋଟିର ମଇଁଷି, ଯିଏ ଦିନକୁ ଖାଇଛି ୩୦ କେଜିର ଚାରା। ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମଇଁଷିର ଦାମ୍‌ ଏତେ ଅଧିକ କାହିଁକି ? ହୁଏତ ଏପରି ପ୍ରଶ୍ନ ଆପଣଙ୍କ ମନରେ ଆସୁଥାଇପାରେ। ହେଲେ ଏପରି ମଇଁଷିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି। ମେରଠର ସର୍ଦ୍ଦାର ଭାଇ ପଟେଲ କୃଷି ବିଶ୍ୱବିଦ୍ୟାଳୟରେ ଚାଲିଥିବା ୩ ଦିବସୀୟ ଅଖିଳ ଭାରତୀୟ କିଷାନ ମେଳାର ପ୍ରଥମ ଦିନରେ ଏହି ମଇଁଷିକୁ ଦେଖିବାକୁ ମିଳିଥିଲା। ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ହରିୟାଣାର ପାନିପତରେ ରହୁଥିବା ପଦ୍ମଶ୍ରୀ ସମ୍ମାନିତ କିଷାନ ନରେନ୍ଦ୍ର ସିଂ ମେଳାକୁ ୧୦ କୋଟି ଟଙ୍କାର ମଇଁଷି ଗୋଲୁ ଟୁକୁ ନେଇ ଆସିଥିଲେ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ନରେନ୍ଦ୍ର ସିଂ କହିଛନ୍ତି, ତାଙ୍କ ମଇଁଷିର ନାମ ଗୋଲୁ ଟୁ ରଖିଛନ୍ତି। ଏହି ମଇଁଷିର ଜେଜେଙ୍କ ନାମ ଗୋଲୁ ଓ୍ଵାନ ରହିଥିଲା ବୋଲି ସେ ମଇଁଷିର ନାମ ଗୋଲୁ ଟୁ ରଖିଛନ୍ତି। ନରେନ୍ଦ୍ର ସିଂ କହିଛନ୍ତି, ତାଙ୍କ ମଇଁଷିର ଶୁଦ୍ଧ ମୁର୍ରା ପ୍ରଜାତିର। ଗୋଲୁ ଟୁ ମା ପ୍ରତିଦିନ ୨୬ ଲିଟର କ୍ଷୀର ଦେଇଛି।

ଗୋଲୁ ଟୁର ଓଜନ ୧୫ କୁଇଣ୍ଟାଲ ରହିଛି। ଏହାର ବୟସ ୪ ବର୍ଷ ୬ ମାସ। ଗୋଲୁର ଉଚ୍ଚତା ୫ ଫୁଟ ୬ ଇଞ୍ଚ। ଲମ୍ବା ୧୪ ଫୁଟ। ଗୋଲୁ ୨ ପ୍ରତିଦିନ ୩୦ କିଲୋ ଶୁଖିଲା ଚାରା, ୭ କିଲୋ ଗହମ ଚୁନା, ୫୦ ଗ୍ରାମର ମିନେରାଲ ମିକଶ୍ଚର ଖାଇଥାଏ। ତାଙ୍କ ପଛରେ ଦିନକୁ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ମଇଁଷି ସିମେନରୁ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି ବୋଲି ନରେନ୍ଦ୍ର ସିଂ କହିଛନ୍ତି। ଏଥିପାଇଁ ହରିୟାଣା ସରକାର ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି।

ନରେନ୍ଦ୍ର ସିଂଙ୍କ କହିବାନୁସାରେ, ନିଲାମୀରେ ଗୋଲୁଟୁର ଦାମ୍‌ ୧୦ କୋଟି ପର୍ଯ୍ୟନ୍ତ ଯାଇଥିଲା କିନ୍ତୁ ଏହାକୁ ବିକ୍ରି କରିବା ପାଇଁ ମୁଁ ଚାହୁଁନଥିଲି। କିଷାନ ମେଳାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଗୋଲୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନରେନ୍ଦ୍ର ସିଂ କହିଛନ୍ତି, ତାଙ୍କୁ ଜୀବଜନ୍ତୁ ରଖିବାର ବହୁତ ସଉକ ରହିଛି। ତେଣୁ ପ୍ରଥମେ ଗୋଲୁ ୧କୁ ପ୍ରସ୍ତୁତ କରିଥିଲେ। କିଛିଦିନ ତଳେ ଗୋଲୁ ୧ର ମୃତ୍ୟୁ ହେବା ପରେ ତାର ସିମେନ ଧରି ଅନେକ ସ୍ଥାନ ବୁଲିଥିଲେ। ଗୋଲୁ ୧ ପରେ ପିସି ୪୮୩କୁ ଆଣିଥିଲେ। ଏହି ମଇଁଷି ଗୋଲୁ ୨ର ବାପା।

ଗୋଲୁ ୨ ଯେଉଁଆଡେ ଯାଏ, ତା ପାଇଁ ପାଣି ଟାଙ୍କର ଅଣାଯାଏ। ଗରମ ଲାଗିଲେ ଗୋଲୁକୁ ସେହି ପାଣିରେ ଗାଧୋଇ ଦିଆଯାଏ। ଗୋଲୁ୨ ର ସିମେନରୁ ଭଲରୁ ଭଲ ମଇଁଷି ତିଆରି କରିବାକୁ ନରେନ୍ଦ୍ରଙ୍କର ଇଚ୍ଛା ରହିଛି। ଖାସ୍‌ ଏଥିପାଇଁ ୨୦୧୯ରେ ସରକାର ତାଙ୍କୁ ପଦ୍ମଶ୍ରୀ ଆଓ୍ଵାର୍ଡରେ ସମ୍ମାନିତ କରିଥିଲେ।

Also Read : ଉଦାହରଣ ସାଜିଲା କାନପୁର ମେଡିକାଲ କଲେଜ : ମାତ୍ର ୧ ଟଙ୍କାରେ ଭଲ ହେଉଛି କ୍ୟାନ୍ସର, ଜୀବନ ପାଇଲେ ଦୁଇ ମହିଳା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.