ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବ ନାହିଁ ପୋଲିସ, କଣ ଏତେ ପ୍ରମାଣ ଅଛି ଯେ ଅଧିକ ପଚରା ଉଚରା ଦରକାର ନାହିଁ ?

ଭୁବନେଶ୍ବର(କେନ୍ୟୁଜ): ଲେଡି ବ୍ଲାକମେଲର ଅର୍ଚ୍ଚନାର ଖେଳ ବିଗିଡ଼ିଗଲା । ଏତେ ଶୀଘ୍ର ମାୟାଜାଲ ଛିଣ୍ଡିଯିବ ବୋଲି ବୋଧେ ସେ କେବେ ଭାବି ନଥିଲେ । ଗିରଫ ହୋଇ ଜେଲରେ ପ୍ରମାଦ ଗଣୁଛନ୍ତି ଅର୍ଚ୍ଚନା । ଏବେ ତାଙ୍କର ଗୋଟିଏ ଚିନ୍ତା କେମିତି ଓ କେବେ ବାହାରିବେ ଜେଲରୁ । ଏସଡିଜେଏମ୍‌ କୋର୍ଟ ବେଲ୍‌ ଖାରଜ ପରେ ଅର୍ଚ୍ଚନାଙ୍କ ଅଡୁଆ ଆହୁରି ବଢ଼ିଛି । ସେପଟେ ଆଜି ତାଙ୍କର ୧୪ ଦିନିଆ ବିଚାରବିଭାଗୀୟ ମିଆଦ ଶେଷ ହେଉଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରିବ ପୋଲିସ । ଏହି ମାମଲାରେ କୋର୍ଟରେ କେସ୍‌ ଡାଏରୀ ଦାଖଲ ହୋଇପାରେ । କାରଣ ପୋଲିସ ପାଖରେ ଅର୍ଚ୍ଚନାଙ୍କ ବାବଦରେ ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ରହିଛି ।

ରିମାଣ୍ଡରେ ବି ନେବା ଆବଶ୍ୟକ କରୁନି ପୋଲିସ । ସେଥିପାଇଁ ଜେଲରେ ରହିବେ ଅର୍ଚ୍ଚନା । ଏବେ ବାହାରିବା ଆଶା କ୍ଷୀଣ ହୋଇପାରେ । ଅର୍ଚ୍ଚନା କେସରେ କିଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ତାଙ୍କୁ ରିମାଣ୍ଡରେ ନେଲାନି ପୋଲିସ ? ଅର୍ଥାତ ପୋଲିସ ପାଖରେ ଏତେ ପ୍ରମାଣ ଅଛି ଯେ ଅଧିକ ପଚରାଉଚରା ଆବଶ୍ୟକ ହେଲାନି କି ? ଅର୍ଚ୍ଚନାଙ୍କ ଡାଏରୀରୁ ମିଳିଥିବା ୫୦ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାବଦରେ ପୋଲିସ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି କି ? ସେମାନଙ୍କୁ ପଚରାଉଚରା ହୋଇଛି କି ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.