4G ପ୍ଲାନକୁ 5Gକୁ ଅପଗ୍ରେଡ୍ କରିବା ନାଁରେ ଠକୁଛନ୍ତି ଠକ, ରାଜ୍ୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଜାରି କଲା ଆଲର୍ଟ
ଭୁବନେଶ୍ୱର(କେନ୍ୟୁଜ୍): ଉତ୍ପାତ ଆରମ୍ଭ କଲେଣି ଫାଇଭ ଜି ଠକ। 4G ପ୍ଲାନକୁ 5Gକୁ ଅପଗ୍ରେଡ୍ କରିବା ନାଁରେ ଠକୁଛନ୍ତି। ରାଜ୍ୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଜାରି କଲା ଆଲର୍ଟ। ଫାଇଜ୍ ଜି ସିମ୍ ଫ୍ରଡ୍ ନେଇ ସତର୍କ ସୂଚନା ଜାରି କରିଛି ବିଭାଗ। ସିମ୍କୁ ଫାଇଭ-ଜିକୁ ଅପଗ୍ରେଡ୍ କରିବାକୁ ଆସୁଛି ଫେକ୍ କଲ୍ ଏବଂ ମେସେଜ। କଲ୍ ରିସିଭ କଲେ କିମ୍ବା କିଛି ସନ୍ଦିଗ୍ଧ ଲିଙ୍କକୁ କ୍ଲିକ୍ କଲେ ଓଟିପି ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଛନ୍ତି ଠକ।
ଦେଶରେ ଫାଇଭ ଜି ସେବା ଆରମ୍ଭ ହୋଇଛି। ଲୋକେ ଏହି ଫାଷ୍ଟର ନେଟୱର୍କ ପାଇଁ ଉତ୍ସାହିତ ଅଛନ୍ତି। ଠକମାନେ ଏହାର ସୁଯୋଗ ନେଇ ନିରିହ ଲୋକଙ୍କୁ ଠକୁଛନ୍ତି। ଆପଣ ଯଦି ସାବଧାନ ରହିବେ ତେବେ ଠକଙ୍କଠାରୁ ଦୂରେଇ ରହି ପାରିବେ ବୋଲି ବିଭାଗ ସତର୍କ ସୂଚନା ଦେଇଛି।