ବର୍ବର ମଣିଷ ପଣିଆ! କୁକୁର ଲାଞ୍ଜରେ ବାଣ ଲଗାଇ ଜୀବନରୁ ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍):ନିଜର ଟିକିଏ ମଜାମଜଲିସ ପାଇଁ ମଣିଷ ଯେ ଏତେ ବର୍ବର ସାଜିପାରେ ତାହା କେହି କେବେ କଳ୍ପନା କରିନଥିବେ। ଦୀପାବଳିରେ ନିଜେ ଖୁସି କରିବା ପାଇଁ  ନୀରିହ ପଶୁମାନଙ୍କୁ ଅନେକ ଅସୁବିଧାରେ ପକାଉଛନ୍ତି। କେବଳ ଯେ ଅସମାଜିକ ଯୁବକ ଏଭଳି କରୁଛନ୍ତି ତା ନୁହେଁ ବରଂ କଛି  ସଭ୍ୟ ଲୋକଙ୍କ ଅଜଣାତରେ ଘଟୁଥିବା ହରକତ ବି ନୀରିହ ପଶୁମାନଙ୍କୁ ହଇରାଣରେ ପକାଇଛି। କିନ୍ତୁ ଭୁବନେଶ୍ବରରେ ଏକ ଏଭଳି ଘଟଣା ଘଟିଛି ଯାହା ବିଷୟରେ ଶୁଣିଲେ ଯାହାର ହେଲେ ବି ଲୋମ ଟଙ୍କୁରି ଉଠିବ, ପାଦ ରକ୍ତ ମୁଣ୍ଡକୁ ଉଠିଯିବ। କାରଣ ଏକ ନୀରିହ ପଶୁ ଦେହରେ ବାଣ ଲଗାଇ ଜୀବନରୁ ମାରିଦେଇଛନ୍ତି କିଛି ଅସମାଜିକ ଯୁବକ।

 

ଘଣ୍ଟାଧିକ କାଳ ରାସ୍ତା ପାର୍ଶ୍ବରେ ଦୟନୀୟ ଅବସ୍ଥାରେ ପଡ଼ିବା ପରେ କୁକୁରଟି ଜୀବନ ହରାଇଛି। ଏଭଳି ଏକ ବର୍ବରୋଚିତ କାଣ୍ଡ ଭୁବନେଶ୍ବରର ଜନପଥ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଏନେଇ ଉତ୍କଳ ଷ୍ଟୁଡେଣ୍ଟସ୍ ଆସୋସିଏସନ କ୍ୟାପିଟାଲ୍ ଥାନାରେ ଏତଲା ଦେଇଛି।

ମିଳିଥିବା ସୂଚନା ମୁତାବକ କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ କୁକୁର ଲାଞ୍ଜ ପଛପଟେ ବାଣ ବାନ୍ଧି ଫୁଟାଇ ମାରି ଦେଇଛନ୍ତି। ଘଣ୍ଟାଧିକ କାଳ ରାସ୍ତା ପାର୍ଶ୍ବରେ ଦୟନୀୟ ଅବସ୍ଥାରେ ପଡ଼ିବା ପରେ କୁକୁରଟି ଜୀବନ ହରାଇଛି। ଏଭଳି ଏକ ବର୍ବରୋଚିତ କାଣ୍ଡ ଭୁବନେଶ୍ବରର ଜନପଥ ଅଞ୍ଚଳରେ ଦେଖିବାକୁ ମିଳିବା ପରେ ଆଜି କ୍ୟାପିଟାଲ ଥାନାରେ ଏତଲା ଦେଇଛି କ୍ୟାପିଟାଲ ଷ୍ଟୁଡେଣ୍ଟ ଆସୋସିଏସନ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଆସୋସିଏସନ ।

Leave A Reply

Your email address will not be published.