IND vs NED: ନେଦରଲାଣ୍ଡସକୁ ୧୮୦ ରନ ଟାର୍ଗେଟ୍ ଦେଲା ଭାରତ, ପୁଣି ଗର୍ଜିଲେ ବିରାଟ

ଟି-ଟେ୍ଵଣ୍ଟି ବିଶ୍ୱକପରେ ଆଜି ଭାରତ-ନେଦରଲାଣ୍ଡ ମୁକାବିଲା । ନିର୍ଦ୍ଧାରିତ ଓଭରରେ ଭାରତ କରିଛି ୧୭୯ ରନ୍ । ନେଦଲଲାଣ୍ଡ ଆଗରେ ୧୮୦ ରନ୍ର ଟାର୍ଗେଟ ରଖିଲା ଭାରତ । ରୋହିତ, ବିରାଟ୍ ଏବଂ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ । ସୂର୍ଯ୍ୟକୁମାର -୨୫ ବଲରେ ୫୧ । ବିରାଟ୍ ୪୪ ବଲରେ ୬୨ ରନ୍ ଏବଂ ରୋହିତ ଶର୍ମା – ୩୯ ବଲରେ ୫୩ ରନ୍ କରିଛନ୍ନ୍ତି।
ପ୍ରଥମରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା କୋହଲି ପରେ ଲଗାତାର ବାଉଣ୍ଡରୀ ମାରି ନେଦରଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । ଅନ୍ୟପଟେ ରୋହିତଙ୍କ ୱିକେଟ ପତନ ପରେ କ୍ରିଜକୁ ଆସିଥିବା ସୂର୍ଯ୍ୟକୁମାରଙ୍କ ସୋ ଦେଖିଥିଲା ସିଡନୀ । ପଡିଆର ଚତୁଃପାଶ୍ୱର୍କୁ ଖେଳିବା ସହ ବିସ୍ଫୋରକ ୫୧ ରନ କରିଥିଲେ ସୂର୍ଯ୍ୟ । ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଭାରତ ଥିବା ବେଳେ ନେଦରଲାଣ୍ଡ ଶେଷ ସ୍ଥାନରେ ରହିଛି ।