ସୂର୍ଯ୍ୟୋପରାଗ ସମୟରେ ପାକ ନିଷିଦ୍ଧ ପ୍ରସଙ୍ଗ: ହେତୁବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର (କେନ୍ୟୁଜ): ସୂର୍ଯ୍ୟୋପରାଗ ସମୟରେ ପାକ ନିଷିଦ୍ଧ ପ୍ରସଙ୍ଗ। ହେତୁବାଦୀ ସଂଗଠନ ବିରୁଦ୍ଧରେ କଟକ ସିଡ଼ିଏ ସ୍ଥିତ ମର୍କତ ନଗର ଥାନାରେ ଏତଲା ଦେଲା ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ। ଏତଲାକୁ ସମର୍ଥନ ଜଣାଇଲା ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ। ବ୍ରାହ୍ମଣ ସମାଜକୁ ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଏତଲାରେ ଉଲ୍ଲେଖ। ଦେବେନ୍ଦ୍ର ସୁତାର ଓ ପ୍ରତାପ ରଥ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ। ମନ୍ତବ୍ୟରେ ସାମାଜିକ ଆଇନ ଶୃଙ୍ଖଳା ଭଙ୍ଗ ଓ ଧର୍ମୀୟ ଚେତନାକୁ ଆଘାତ ଅଭିଯୋଗ।

ଅନ୍ୟପଟେ ଓଡ଼ିଶା ହେତୁବାଦୀ ସମାଜର ସମ୍ପାଦକ ଦେବେନ୍ଦ୍ର ସୁତାରଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ଏତଲାରେ ଦର୍ଶା ଯାଇଥିବା ଅଭିଯୋଗ ଭିତ୍ତିହୀନ। ଆଜି ସକାଳ ଦଶଟା ସମୟରେ ମୋତେ ଫୋନ କରି ହତ୍ୟା ଧମକ ଦିଆଯାଇଛି। ଏ ନେଇ ମୁଁ ଥାନାରେ ଲିଖିତ ଅଭିଯୋଗ କରିବି। ଏହା ମଧ୍ୟ କହିଛନ୍ତି ହିନ୍ଦୁ ଧର୍ମ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛ…ତୁମକୁ ହତ୍ୟା କରିବୁ…ଏହା ଖୁବ ଶୀଘ୍ର ଘଟିବ….ବୋଲି ମତେ ଫୋନ ରେ କୁହାଗଲା। ଏହି କଲ ସମୟରେ true caller ରେ ଜଣେ ଧର୍ମଗୁରୁ ଙ୍କର ନାଁ ଆସିଥିଲା।

Leave A Reply

Your email address will not be published.