୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା-NIAର ଶାଖା।

ନୂଆଦିଲ୍ଲୀ : ୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା-NIAର ଶାଖା। ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ସବୁ ରାଜ୍ୟର ଗୃହମନ୍ତ୍ରୀ ଓ ପୋଲିସ ଡିଜିଙ୍କ ଦୁଇ ଦିନିଆ ଚିନ୍ତନ ଶିବିରର ଉଦ୍ଘାଟନୀ ଭାଷଣରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନଆଇଏକୁ ଅତିରିକ୍ତ ଦେଶୀୟ ଅଧିକାର ପ୍ରଦାନ କରାଯାଇଛି। ସହକାରୀ ସଂଘବାଦ ଏବଂ ପୂର୍ଣ୍ଣ ସରକାରୀ ଦୃଷ୍ଟିକୋଣ ନେଇ ତିନିଟି- ସି କୁ ଆମେ ପ୍ରାଧାନ୍ୟା ଦେଇଛୁ। ସହକାରୀତା, ସମନ୍ଵୟ ଓ ସହଯୋଗ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ସଂସ୍ଥାଗତ ଅନୁକୂଳ ଏବଂ ଏକୀକରଣ ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଦୁଇଦିନିଆ ଚିନ୍ତନ ଶିବିର ସାଇବର ଅପରାଧ, ନାର୍କେଟିକ୍ସ, ସୀମାପାର ଆତଙ୍କବାଦ, ଦେଶଦ୍ରୋହ ଭଳି ମାମଲାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପରେ ୩୪ ପ୍ରତିଶତ ଆତଙ୍କବାଦ ମାମଲା ହ୍ରାସ ପାଇଛି।
ସୁରକ୍ଷା ବାହିନୀଙ୍କ ୬୪ ପ୍ରତିଶତ ମୃତ୍ୟୁ ସଂଖ୍ୟା ଓ ୯୦ ପ୍ରତିଶତ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ସେ କହିଛନ୍ତି। ଖୁବ ଶୀଘ୍ର ସଂସଦରେ ନୂଆ ସିଆରିପିସି ଓ ଆଇପିସି ପାଇଁ ଚିଠା ପ୍ରସ୍ତାବ ଆସିବ ବୋଲି କହିଛନ୍ତି ଅମିତ ଶାହା। ଚିନ୍ତନ ଶିବିରରେ ସବୁ ରାଜ୍ୟର ଗୃହମନ୍ତ୍ରୀ, ପୋଲିସ ଡିଜି, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପୋଲିସ ସଂଗଠନର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି।