ଭାରତ ପରେ ଜିମ୍ବାେଓ୍ଵ ଧୂଳି ଚଟାଇଲା ପାକିସ୍ତାନକୁ, ଟି୨୦ ବିଶ୍ୱକପ୍ରେ ଦେଲା ବଡ଼ ଝଟ୍କା

ପର୍ଥ : ଆଜି ଟି୨୦ ବିଶ୍ୱ କପ୍ର ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନ ଦଳକୁ ବଡ଼ ଝଟକା ଦେଇଛି ଜିମ୍ବାେଓ୍ଵ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପାକିସ୍ତାନକୁ ୧ ରନ୍ରେ ହରାଇଛି ।
ଜିମ୍ବାେଓ୍ଵ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍ରେ ୧୩୦ ରନ୍ ସ୍କୋର କରିଥିଲା । ଦଳ ତରଫରୁ ସିନ ଓ୍ଵିଲିୟମ୍ସ ସର୍ବାଧିକ ୩୧ ରନ୍ କରିଥିଲେ । ପାକିସ୍ତାନର ଦୁଇ ବୋଲର ମହମ୍ମଦ ଓ୍ଵାସିମ ଜୁନୟର ୨୪ ରନ୍ରେ ୪ଟି ଏବଂ ଶାବାଦ ଖାନ୍ ୨୩ ରନ୍ରେ ୩ଟି ଓ୍ଵିକେଟ୍ ନେଇଥିଲେ ।
ପରେ ପାକିସ୍ତାନ ମଧ୍ୟ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଖୁବ୍ ସଂଘର୍ଷ କରିଥିଲା । ଶେଷ ଓଭରରେ ଦରକାର ଥିଲା ୧୧ ରନ୍ । ତେବେ ପଞ୍ଚମ ବଲ୍ରେ ମହମ୍ମଦ ନଓ୍ଵାଜ ଆଉଟ୍ ହେଲା ବେଳକୁ ଅନ୍ତିମ ବଲ୍ରେ ଜିତିବା ପାଇଁ ଆଉ ୩ ରନ୍ ଆବଶ୍ୟକ ଥିଲା । ପୂରା ଟେନସନ୍ରେ ଥିଲେ ଉଭୟ ଦଳ ଏବଂ ପର୍ଥ ଷ୍ଟାଡିୟମ୍ର ଦର୍ଶକ । ଶେଷ ବଲ୍ ଖେଳିବାକୁ ଆସିଥିଲେ ସାହିନ ଆଫ୍ରିଦି । ତାଙ୍କୁ ବୋଲିଂ କରିଥିଲେ ବ୍ରାଡ୍ ଇଭାନ୍ସ । ସାହିନ ତାଙ୍କ ବଲ୍ରେ ସଟ୍ ଖେଳି ଗୋଟିଏ ରନ୍ ନେଇ ଦ୍ୱିତୀୟ ରନ୍ ନେବା ବେଳକୁ ରନ୍ ଆଉଟ୍ ହୋଇଗଲେ । ଆଉ ପାକିସ୍ତାନ ୧୨୯ ରନ୍ କରି ଗୋଟିଏ ରନ୍ରେ ହାରିଗଲା ।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ପ୍ରଥମ ମ୍ୟାଚ୍ରେ ହାରିବା ପରେ ସୁପର-୧୨ରେ ଏହା ହେଉଛି ପାକିସ୍ତାନର ଲଗାତର ଦ୍ୱିତୀୟ ପରାଜୟ । ୨୦ ଓଭରରେ ପାକିସ୍ତାନ ୮ ଓ୍ଵିକେଟ୍ ହରାଇ କରି ପାରିଲା ୧୨୯ ରନ୍ ।