କୃଷକ ଏବେ କରିପାରିବେ ନାହିଁ ଏହି କୀଟନାଶକର ବ୍ୟବହାର, ନଚେତ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ସରକାର ମାନବ ଓ ପଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ହର୍ବିସାଇଡ ଗ୍ଲାଇଫୋସେଟ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ବ୍ୟବହାର ଦ୍ୱାରା ପରିବେଶରେ ବହୁ ପ୍ରକାର ବିପଦ ସୃଷ୍ଟି ହେଉଥିବାରୁ ଏହାର ବ୍ୟବହାର ବନ୍ଦ କରାଯାଇଛି ।

ଏଗ୍ରୋ କେମିକାଲ ଅଫ୍‌ ଫେଡେରେସନ ଅଫ୍‌ ଇଣ୍ଡିଆ(ଏଜିଏଫଆଇ) ଏହା ଉପରେ କରିଥିବା ବିଶ୍ୱୀୟ ଅଧ୍ୟୟନ ନେଇ ଏହି ନିଷ୍ପତ୍ତିକୁ ବିରୋଧ କରିଛି । ଏହାର ବ୍ୟବହାର ୟୁକେ ଓ ଆମେରିକା ସମେତ ୧୬୦ ଦେଶରେ ବ୍ୟବହାର କରାଯାଉଛି । ସାରା ବିଶ୍ୱର କୃଷକମାନେ ଏହାକୁ ବ୍ୟବହାର କରି ଆସୁଥିଲେ ।

୨୫ ଅକ୍ଟୋବରରେ କୃଷି ମନ୍ତ୍ରଣାଳୟ ଜାରି କରିଥିବା ଅଧିସୂଚନାରେ କୁହାଯାଇଛି, ଗ୍ଲାଇଫୋସେଟ ବ୍ୟବହାର ପ୍ରତିବନ୍ଧିତ ଅଟେ । କମ୍ପାନୀ ତରଫରୁ ଏହାର ଉତ୍ପାଦନ ପାଇଁ ଦିଆଯାଇଥିବ ପଂଜିକରଣ ପତ୍ର ଫେରାଇ ନେବାକୁ କୁହାଯାଇଛି । ଏଥିସହିତ ଏହାର ଲେବଲ ଉପରେ ମଧ୍ୟ ଚୋତବନୀ ଦେବା ପାଇଁ କୁହାଯାଇଛି ।

କମ୍ପାନୀର ପ୍ରମାଣ ପତ୍ର ଫେରାଇ ନେବା ପାଇଁ ୩ ମାସ ସମୟ ଦିଆଯାଇଛି । ନଚେତ କୀଟନାଶକ ଅଧିନିୟମ ୧୯୬୮ ଅନୁଯାୟୀ ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ସରକାର କହିଛନ୍ତି । ଆଦେଶରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶର କାର୍ଯ୍ୟକାରୀତା ପାଇଁ ପଦକ୍ଷେପ ନିଆଯିବା ଉଚିତ୍‌ । ଗ୍ଲାଇଫୋସେଟର ବନ୍ଦ ପାଇଁ ୨ ଜୁଲାଇ ୨୦୨୦ରେ କୃଷି ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିଲା । ଯାହାକୁ ଏବେ ଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାର ବିକ୍ରି ଓ ଉପଯୋଗ ଉପରେ କେରଳ ସରକାରଙ୍କ ଏକ ରିପୋର୍ଟ ପରେ ଏହା ଉପରେ ନିଷେଧାଦେଶ ଜାରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.