୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟଖା ଜବତ କଲା ରମ୍ଭା ପୋଲିସ, ଟ୍ରକ ସହ ଚାଳକ ଗିରଫ

ଛତ୍ରପୁର(କେନ୍ୟୁଜ୍): ଗୁଟଖା କୁଆଡ଼େ ବ୍ୟାନ୍‌ ହୋଇଛି । ତାହାହେଲେ ବଜାରକୁ ଆସୁଛି କେମିତି ? ପୁଣି ଧରାପଡ଼ି ଜବତ ହେଉଛି କେମିତି ? ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଂଚଳର ସାଇ ଢ଼ାବା ନିକଟରୁ  ଏକ ଟ୍ରକ(HR55A K9787)ରୁ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ଗୁଟଖା ଜବତ କରିଛି ରମ୍ଭା ପୋଲିସ । ସୂଚନା ଥାଉକି ଏହି ଗୁଟଖା ବୋଝେଇ ଟ୍ରକ ଦିଲ୍ଲୀରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା।

ଟ୍ରକଟି ବ୍ରହ୍ମପୁର କଡ଼ାକଡ଼ି ପୋଲିସ ଚେକିଂ ଚାଲିଥିବା ଦେଖି  ଗୁଟଖା ବୋଝେଇ ଟ୍ରକ ଚାଳକ ଜଣଙ୍କ ପଛକୁ ଫେରି ରମ୍ଭା ସ୍ଥିତ ସାହି ଢ଼ାବା ନିକଟସ୍ଥ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ । କୌଣସି ପ୍ରକାରେ ଖବରପାଇ ରମ୍ଭା ଆଇଆଇସି ପି.ସ୍ୱରୂପ କିଷାନଙ୍କ ତତ୍ୱାବଧାନରେ ଏକ ଟିମ ଚଢ଼ାଉ କରି ଘଟଣା ସ୍ଥଳରୁ ଟ୍ରକଟିକୁ ଜବତ କରି ଡ୍ରାଇଭର ଜଣଙ୍କୁ ଗିରଫ କରିଛି। ପୋଲିସ ଏହି ଘଟଣାର ଛାନଭିନ ଜାରି ରଖିଛି ।

Leave A Reply

Your email address will not be published.