Below header

ମଣିଷ ମସ୍ତିଷ୍କ କଣ ଚିନ୍ତା କରେ, କାହିଁକି ନକାରାତ୍ମକ ଖବର ପ୍ରତି ଆକର୍ଷଣ ବଢେ; ଜାଣନ୍ତୁ କାରଣ

ଯେଉଁ ଖବର ନେଗେଟିଭ ତାହା ସଙ୍ଗେ ସଙ୍ଗେ ଲୋକଙ୍କ ପାଖରେ ପହଞ୍ଚିଯାଏ, ହେଲେ କାହିଁକି । ଆଉ ଭଲ ଖବର ଲୋକଙ୍କ ନିକଟରେ ପହଞ୍ଚିଲେ ବି ଲୋକ ଏତେ ପସନ୍ଦ କରନ୍ତି ନାହିଁ କାହିଁକି ? ଆପଣ ମାନେ ଲକ୍ଷ୍ୟ କରିଥିବେ ଯେ, କୌଣସି ଖବରକୁ ଅତିରଞ୍ଜିତ କରି ଶବ୍ଦରେ ମସଲା ଛୁଙ୍କ ଦେଇ ପରିବେଷଣ କରାଗଲେ ସମସ୍ତଙ୍କୁ ଭଲ ଲାଗେ ।

ଏମିତିକି ଆପଣଙ୍କ ମନରେ ପ୍ରତିକ୍ରିୟା ଆସିଯାଏ । ଯେମିତି, ଜଣେ ପ୍ରେମିକ ତା ବୟସଠୁ ବହୁ ବଡ ଜଣେ ମହିଳାଙ୍କୁ ପ୍ରେମ କଲା, ଏବେ ପ୍ରତାରଣା କରୁଛି। ଆଉ ପ୍ରେମିକା କହୁଛି ଯେମିତି ହେଲେ ମୋତେ ମୋ ପ୍ରେମିକ ଦରକାର ଏଇ ଖବର ନିଆଁ ଭଳି ଚାରିଆଡ଼େ ଚର୍ଚ୍ଚା ହୋଇଯାଏ । ଏମିତି ଖବରରୁ ନା କିଛି ଶିକ୍ଷଣୀୟ ଜିନିଷ ମିଳେ ନା ଲାଭ। ନା ଏଭଳି ଖବର ସମାଜ ପାଇଁ କିଛି ଉଦାହରଣ ହୋଇ ପାରୁଛି । ତଥାପି ଲୋକ ଏତେ ମାତ୍ରାରେ ଏହି ଖବରରେ ମଜି ଯାଉଛନ୍ତି ଯେ, ଆପେ ଆପେ ଇଚ୍ଛା ହୁଏ ମତାମତ ଦେବାକୁ । ସେହି ବିଷୟରେ ଚର୍ଚ୍ଚା କରିବାକୁ।

ଆପଣ ଜାଣିଛନ୍ତି ନେଗେଟିଭ କଥା ପ୍ରତି ଲୋକ କାହିଁକି ଆକର୍ଷିତ ହୁଅନ୍ତି । ଗୋଟେ ଶବ୍ଦ ମନେ ରଖନ୍ତୁ ନେଗେଟିଭ ବାଏସ। ଏହାର ମାନେ ମଣିଷ ଖରାପ ଜିନିଷ ପ୍ରତି ଆକର୍ଷିତ ହେବା । ଏହା ଯେତିକି ସାଧାରଣ ଲାଗୁଛି ସେତିକି ଆଶ୍ଚର୍ଯ୍ୟ କରିବ ଆପଣଙ୍କୁ ।

ଏହା ଏକ ବିଜ୍ଞାନ । ମଣିଷ ହୁଅନ୍ତୁ କି ଅନ୍ୟ କୌଣସି ଜୀବଜନ୍ତୁ ବଞ୍ଚିବା ପାଇଁ ସଂଘର୍ଷ କରନ୍ତି । ଏହି ସଂଘର୍ଷ ପ୍ରତ୍ୟେକ ମଣିଷ କରନ୍ତି। ଆଉ ଏହି ସଂଘର୍ଷ ହିଁ ଆପଣଙ୍କ ବ୍ରେନ୍ କୁ ସବୁଠୁ ଆକ୍ଟିଭ ରଖେ । ଯଦି ଆପଣଙ୍କୁ ପାଣି ପିଇବାକୁ ନମିଳେ ଆପଣଙ୍କ ବ୍ରେନ୍ ଆପଣଙ୍କୁ ବସେଇ ଉଠେଇ ଦେବନି, ସେ ଆପଣଙ୍କ ଜାଣତରେ ଅଜାଣତରେ ଆପଣଙ୍କୁ କମାଣ୍ଡ ଦେଇ ଚାଲିବ, ପାଣି ନମିଳିଲେ ମରିଯିବି । ଆଉ ଆପଣ ତୁରନ୍ତ ପାଣି କିଣି ବା ସିଧା ପାଣି ଯେଉଁଠି ଥିବ ସେଠି ପହଞ୍ଚି ଯିବେ । ଠିକ୍ ସେମିତି ନେଗେଟିଭ ନ୍ୟୁଜ ବି ଆପଣଙ୍କ ବ୍ରେନ୍କୁ ଆକ୍ଟିଭ କରିଦିଏ । ଏଭଳି ଖବର ଶୁଣି ବ୍ରେନ୍ ଭାବେ ଏହା ବିପଦ । ଆଉ ଆପଣ ସେହି ଖବରକୁ ବେଶି ମନେ ରଖନ୍ତି ସେହି ଖବର ପ୍ରତି ବେଶି ଆକର୍ଷିତ ହୁଅନ୍ତି। ଆପଣ ଦେଖିଥିବେ କିଛି ଖରାପ ଘଟିବା ପରେ ଲୋକ ରାସ୍ତାକୁ ଓହ୍ଲାଇ ଆସନ୍ତି ସେ ଘଟଣା ଯେମିତି ପୁନଶ୍ଚ ନଘଟେ ।

ସେହି ଜାଗାରେ ଯଦି କିଛି ଭଲ ଖବର ଆପଣ ଦେଖୁଛନ୍ତି । ଯେମିତିକି ଓଡ଼ିଶାରେ ପ୍ରଚୁର ମାତ୍ରା ରେ ସେଓ ଫଳୁଛି। ଓଡ଼ିଶା ଚାଷ କ୍ଷେତ୍ରରେ ବହୁତ୍ ଆଗକୁ ବଢୁଛି । ବିଦେଶୀ ଫଳ ବି ଆପଣ ନିଜ ମାଟିରେ ଫଳାଇ ପାରିବେ ଭଲ ଚାଷୀ ହୋଇପାରିବେ। ଏହି ଖବ ରେ କେବଳ ମଣିଷ ବଞ୍ଚିବାର ସାଧନ କଥା କୁହାଗଲା । ଯାହା ମଣିଷକୁ ନିହାତି ଆବଶ୍ୟକ ଖାଦ୍ୟ । ଏହା ବହୁତ୍ ଖବର ଆମ ସମସ୍ତଙ୍କ ପାଇଁ ହେଲେ ଏଭଳି ଖବରକୁ ଲୋକ ଚର୍ଚ୍ଚା କରିବା ତ ଛାଡ଼ନ୍ତୁ ନିଜେ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ । ତେଣୁ ଆପଣ ଜାଣି ରଖନ୍ତୁ ନେଗେଟିଭ ବାଏସ ପାଇଁ ଆପଣ ନେଗେଟିଭ ପ୍ରତି ବେଶି ଆକର୍ଷିତ ହୁଅନ୍ତି। ଆପଣଙ୍କ ବ୍ରେନ୍ ହିଁ, ଆପଣଙ୍କୁ ଏଭଳି ଚିନ୍ତା କରିବା ପାଇଁ ବାଧ୍ୟ କରେ ଆଉ ଆପଣ ବାରମ୍ବାର ସେଭଳି ଖବର ଦେଖିବା ପାଇଁ ଚାତକ ଭଳି ହେଇ ଯିବାକୁ ଚାହାନ୍ତି ।

ଆଉ ଏହି ନେଗେଟିଭିଟି ବାଏସ ପାଇଁ ଆପଣଙ୍କ ଖବର ଦେଖିବାର ଅଭ୍ୟାସ ବି ପରିବର୍ତ୍ତନ ହୁଏ। ଯାହା ଆପଣଙ୍କ ମସ୍ତିଷ୍କ କରାଏ। ତେଣୁ ଆପଣ ଆଗକୁ ନେଗେଟିଭ ବାଏସ କୁ ବୁଝି ନିଜ ପସନ୍ଦ ପରିବର୍ତ୍ତନ କରି ପାରିବେ । ବିଜ୍ଞାନ ଏବଂ ମଣିଷ ଜୀବନର ସତ୍ୟତାକୁ ସମସ୍ତେ ବୁଝିବା ସହ କିଛି ସତ କଥା ଜାଣିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.