କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ: ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କରିଛନ୍ତି କ୍ଷୟକ୍ଷତି

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କିଛି ମାସ ହେବ ୨୪ ଟିକିଆ ହାତୀପଲ ଯୋଗୁଁ ଶୁକୃଲି, କରଞ୍ଜିଆ ,ରରୁଆ ଏବଂ ଯଶିପୁର ବ୍ଲକ ରେ ଉପଦ୍ରବ ଜାରି ରଖିଛନ୍ତି । ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଉତ୍ୟକ୍ତ ଲୋକମାନେ ମାସେ ମଧ୍ୟରେ ଦୁଇଦୁଇଥର ବନ ବିଭାଗ କର୍ମଚାରୀକୁ ଅଟକ ରଖିଥିଲେ । ୩ ମାସ ମଧ୍ୟରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦେଇ ସାରିଲାଣି ବନ ବିଭାଗ ।

ଆଜି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବଳାଗାଁରେ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଘର ଭାଙ୍ଗିବା ଯୋଗୁଁ ଅନେକ ସାମଗ୍ରୀ ନଷ୍ଟ ହେଇଛି । ହାତୀପଲ ଧାନ ଫସଲ ଖାଇବା ସହିତ ଏକର ଏକର ଚାଷ ଜମି ନଷ୍ଟ କରୁଛନ୍ତି । ହାତୀପଲ ଏବେ ଦରି ନିକଟ  ପାଳ ଜଙ୍ଗଲରେ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ଯେଉଁ ଜାଗାରେ ରହୁଛନ୍ତି ତାର ଆଖପାଖ ଅଞ୍ଚଳରେ ବିଜୁଳି କାଟ ହେଉଛି । ହାତୀପଲ ପାଇଁ ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ଲାଗିରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.