Below header

Flipkart ରୁ କିଣିବା ଏବେ ହେଲା ମହଙ୍ଗା, କ୍ୟାଶ୍‌ ଅନ୍‌ ଡେଲିଭରୀ କଲେ ସମସ୍ତ ଗ୍ରାହକ ଦେବେ ଅତିରିକ୍ତ ଚାର୍ଜ

ଲୋକପ୍ରିୟ ସପିଂ ପ୍ଲାଟଫର୍ମ Flipkart ଅନଲାଇନ ସପିଂ କରୁଥିବା ଲୋକଙ୍କର ମନ ପସନ୍ଦର ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ । ଯଦି ଆପଣ ଫ୍ଲିପ୍‌କାର୍ଟରୁ ସପିଂ କରୁଥାନ୍ତି, ତେବେ ଆପଣଙ୍କ ପାଇଁ ମହଙ୍ଗା ହେବ କିଣାକିଣି। ଫ୍ଲିପକାର୍ଟରୁ ଏବେ କ୍ୟାଶ୍‌ ଅନ୍‌ ଡେଲିଭରୀ କରୁଥିଲେ, ଏଥିପାଇଁ ଅଲଗା ଅତିରିକ୍ତ ଚାର୍ଜ ଦେବାକୁ ହେବ।

ଫ୍ଲିପକାର୍ଟ ମୋବାଇଲ ଆପ୍‌ ଏବଂ ୱେବସାଇଟ୍‌ରୁ ସୂଚନା ମିଳିଛି କି, ଏହି ସାଇଟ୍‌ରୁ କ୍ୟାଶ୍‌ ଅନ୍‌ ଡେଲିଭରୀ ଅପସନରେ କିଣାକିଣି କଲେ ୟୁଜର୍ସଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ହେବ। ଯଦି ୟୁଜର୍ସ ଅନଲାଇନ ପେମେଣ୍ଟ ନ କରୁଛନ୍ତି, ତେବେ ତାଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ। ଅର୍ଡର ଡେଲିଭରୀ ହେବା ପରେ ୫ ଟଙ୍କା ୟୁଜର୍ସଙ୍କୁ ଦେବାକୁ ହେବ।

ଫ୍ଲିପ୍‌କାର୍ଟ ୟୁଜର୍ସ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିବା କମ୍‌ ପ୍ରଡକ୍ଟ ଉପରେ ଡେଲିଭରୀ ଚାର୍ଜ ଦେବାକୁ ହୋଇଥାଏ। ଏହି ଚାର୍ଜ ଅନଲାଇନ କିମ୍ବା କ୍ୟାଶ ଅପ୍‌ ଡେଲିଭରୀ ଅପସନରେ ଉପଲବ୍ଧ ରହିଥାଏ। ଯଦି କୌଣସି ଅର୍ଡରର ଦାମ୍‌ ୫୦୦ ଟଙ୍କାରୁ କମ୍‌ ରହିଥାଏ କିମ୍ବା ଫ୍ଲିପକାର୍ଟ ପ୍ଲସ ସହିତ ରହିଥାଏ, ତେବେ ଏଥିପାଇଁ ୪୦ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିଥାଏ।

୫୦୦ ଟଙ୍କାରୁ ଅଧିକ ଦାମ୍‌ ଥିବା ପ୍ରଡକ୍ଟ ଉପରେ କୌଣସି ଚାର୍ଜ ଦେବାକୁ ପଡିନଥାଏ। ଏହାସହିତ ଫ୍ଲିପକାର୍ଟ ପ୍ଲସ ସବସ୍କ୍ରିପସନ ନେଇଥିବା ୟୁଜର୍ସଙ୍କୁ ଅନେକ ପ୍ରଡକ୍ଟରେ କୌଣସି ଡେଲିଭରି ଚାର୍ଜ ଦେବାକୁ ହୋଇନଥାଏ। ତେବେ ଏବେ କ୍ୟାଶ୍‌ ଅନ୍‌ ଡେଲିଭରୀ ଚୟନ କରୁଥିବା ସମସ୍ତ ୟୁଜର୍ସଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ। ଏହା ସମସ୍ତଙ୍କ ପାଇଁ ଲାଗୁ ହୋଇଛି।

ଯଦି ଆପଣ କୌଣସି ପ୍ରଡକ୍ଟ ଉପରେ କ୍ୟାଶ୍‌ ଅନ୍‌ ଡେଲିଭରୀ ଅପସନ ଚୟନ କରନ୍ତି, ତେବେ ଆପଣ ଫ୍ଲିପକାର୍ଟ ପ୍ଲସ ସବସ୍କ୍ରିପସନ ନେଇଥାନ୍ତୁ କି ନାହିଁ ସମସ୍ତଙ୍କୁ ୫ ଟଙ୍କା ଅଧିକ ଦେବାକୁ ପଡିବ। ହ୍ୟାଣ୍ଡେଲିଂ କଷ୍ଟ ବାବଦରେ ୫ ଟଙ୍କା ଦେବାକୁ ହେବ। ଯଦି ଆପଣ ଅନଲାଇନ ପେମେଣ୍ଟ କରିବେ, ତେବେ ଏହି ଚାର୍ଜ ଆଉ ଦେବାକୁ ପଡିବନି।

Also Read : ଚାର୍ଜର ଝିନଝଟ୍‌ରୁ ମିଳିବ ମୁକ୍ତି ! କପଡାରୁ ଚାର୍ଜ ହେବ ସ୍ମାର୍ଟଫୋନ, ଆଖି ପିଛୁଳାକେ ଫୁଲ୍‌ ହେବ ବ୍ୟାଟେରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.