ପୁରୀ ଆଳବାରେ ଅବାଧ ଚାଲିଛି କି ହରିଣ ଶିକାର?  ମାଂସ ଧରି ଫେରିବା ବେଳେ ୩ ଅଟକ

ପୁରୀ(କେନ୍ୟୁଜ୍):ପୁରୀ ସଦର ବ୍ଲକ ଆଳବାରେ ହରିଣକୁ ମାରି ମାଂସ କରି ଖାଇଥିବା ଅଭିଯୋଗ ହୋଇଛି।ଗ୍ରାମରକ୍ଷୀ ଏହା ଧରି ବନବିଭାଗକୁ ଜଣାଇବା ପରେ ବନ ବିଭାଗର ଅଧିକାରୀ ଗାଁରେ ଚଢ଼ଉ କରି ୬ କେ.ଜି ମାଂସ ଧରି ଫେରିଛନ୍ତି। ୩ ଦିନ ତଳୁ ଗାଁର କିଛି ଲୋକ ଯୋଡାଲିଙ୍ଗ ନିକଟ ବଢିଆସରଠାରେ ବିଦ୍ୟୁତ୍ ତାର ଗୁଡ଼ାଇ ଫାସ ବସାଇଥିଲେ।ଶନିବାର ଏକ ହରିଣ ଫାଶରେ ପଡ଼ିଥିଲା।

ହରିଣକୁ ମାରି ମାଂସ ପ୍ରସ୍ତୁତ କରାଯାଇ ପରେ ଭାଗ ବାଣ୍ଟି ନିଆଯାଇଥିଲା। ଅଞ୍ଚଳର ଗ୍ରାମରକ୍ଷୀ ରାଧାଶ୍ୟାମ ମଲ୍ଲିକ ଘଟଣା ସମ୍ପର୍କରେ ଜାଣି ଘଟଣାସ୍ଥଳକୁ ଯାଇଥିଲେ।ବାଟରେ ମାଂସ ନେଇ ଫେରୁଥିବା ୩ ଜଣଙ୍କୁ ଧରି ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ୬ କେ.ଜି ମାଂସ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା ଜାରି ରଖିଛି।  ଏହି ଘଟଣାର ତଦନ୍ତ ଚଲିଥିବା ସୂଚନା ମିଳିଛି।