ପୁରୁଣା ସ୍ମାର୍ଟଫୋନରେ ବଦଳାନ୍ତୁ ଏହି ୫ଟି ସେଟିଙ୍ଗସ୍, DSLR କ୍ୱାଲିଟିରେ ଫଟୋ ଉଠିବ ଏକଦମ ଜବରଦସ୍ତ
ଫଟୋ ଉଠାଇବା କାହାର ବା ପସନ୍ଦ ନୁହେଁ। ପ୍ରାୟତଃ ଫୋନ କିଣିବା ସମୟରେ ଫଟୋ ପ୍ରେମୀ ସୁନ୍ଦର ଫଟୋ ଉଠୁଥିବା ଫୋନକୁ ହିଁ ପ୍ରଥମେ ବାଛିଥାନ୍ତି। ଦାମ ଯାହା ହେଉ ଥାଉ ନା କାହିଁକି.. ତେବେ ସବୁ ଫୋନ କିନ୍ତୁ ଭଲ ଫଟୋ କ୍ୟାପଚର କରିପାରେ ନାହିଁ। ଏମିତିକି ନୂଆ ଫୋନରେ ଭଲ ଫଟୋ ଉଠୁଥିବା ବେଳେ ସେହି ଫୋନ ଯେତେବେଳେ ପୁରୁଣା ହୋଇଯାଏ ସେତେବେଳେ ଫଟୋ କ୍ୱାଲିଟି ଏକଦମ ଖରାପ ହୋଇଯାଏ। ଆଉ ଯେଉଁଥିପାଇଁ ଗ୍ରାହକ ନୂଆ ଫୋନ କିଣିବାକୁ ଚାହିଁଥାନ୍ତି।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସିକ୍ରେଟ ଟିପ୍ସ ସମ୍ପର୍କରେ କହିବୁ । ଯାହାକୁ ଫଲୋ କଲେ ପୁରୁଣା ଫୋନ ରେ ବି ଏକଦମ ବଢ଼ିଆ ଫଟୋ ଉଠାଇହେବ। ଯଦି ଆପଣଙ୍କ ପୁରୁଣା ସ୍ମାର୍ଟଫୋନ ର କ୍ୟାମେରା ରେ ଭଲ ଫଟୋ ଉଠାଇ ହେଉ ନାହିଁ ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଏମିତିରେ ଆପଣ ନୂଆ ଫୋନ କିଣିବାର ଭୁଲ କରନ୍ତୁ ନାହିଁ। ଆମେ ଆପଣଙ୍କୁ ଫୋନର ଏପରି ସେଟିଙ୍ଗସ୍ ସମ୍ପର୍କରେ କହିବୁ ଯାହାକୁ ମାନିଲେ ଆପଣ ନିଜ ପୁରୁଣା ଫୋନରେ ସ୍ମାର୍ଟଫୋନ କ୍ୟାମେରା ଠୁ ବି ଆହୁରି ଭଲ ଫଟୋ କ୍ଲିକ କରିପାରିବେ।
ସର୍ବପ୍ରଥମେ ଆପଣ ନିଜ ସ୍ମାର୍ଟଫୋନର କ୍ୟାମେରାରୁ ଫଟୋ କ୍ଳିକ କରିବା ପୂର୍ବରୁ ଏଥିରେ ଷ୍ଟାବଲାଇଜେସନ ମୋଡ କୁ ଅନ କରନ୍ତୁ । ଏଥିରେ ଫଟୋ କ୍ୱାଲିଟି ଆପଣଙ୍କର ଭଲ ଆସିବ।
ଆପଣ ଯଦି କୌଣସି ଅନ୍ଧାର ଜାଗାରେ ଫଟୋ ଉଠାଉଛନ୍ତି ତେବେ ମନେ ରଖନ୍ତୁ ଫ୍ଲାଶ ଲାଇଟ ଫୋନର ଅନ୍ କରନ୍ତୁ। ଏମିତିରେ ଆପଣଙ୍କ ଫଟୋ ବହୁତ ଭଲ ଉଠିବ। ଫୋନରେ ଅନ୍ଧାର ସ୍ଥାନରେ ଫଟୋ ଉଠିବା ପାଇଁ ହିଁ ଫ୍ଳାଶ ଲାଇଟ ଦିଆଯାଇଥାଏ। କେତେକ ଏହାକୁ ଟର୍ଚ୍ଚ ଆକାରରେ ବ୍ୟବହାର କରିଥାନ୍ତି।
ଯଦି ଆପଣ ରାତିରେ ଫଟୋଗ୍ରାଫି କରୁଛନ୍ତି ତେବେ ନାଇଡ ମୋଡକୁ ବାଛନ୍ତୁ। ଏହା କରିବାକୁ ପ୍ରାୟତଃ ଭୁଲିଯାଅନ୍ତି। ଏହାର ବ୍ୟବହାର ମଧ ସମସ୍ତେ କରିନଥାନ୍ତି। କିନ୍ତୁ ଏହାକୁ ଅନ କଲେ ରାତି ରେ ପିକ୍ଚର କ୍ୱାଲିଟି ଭଲ ଆସିଥାଏ। ଏଥିରେ ଆପଣ ଯେତେ ଫଟୋ କ୍ଲିକ କରନ୍ତୁ ସେଥିରେ ଏକ ଭଲ ଲାଇଟି ଂ ଆସିବ।
ଯେତେବେଳେ ବି ନିଜ ପୁରୁଣା ଫୋନରୁ ଫଟୋ କ୍ଲିକ କରୁଛନ୍ତି ତେବେ ଏହାର ଧ୍ୟାନ ରଖିବା ଉଚିତ ଯେ ଆପଣ ପ୍ରଫେସନାଲ ମୋଡ କୁ ଅନ କରନ୍ତୁ। ଏମିତିରେ ମଧ୍ୟ ଆପଣଙ୍କର ଫଟୋ କ୍ୱାଲିଟି ଭଲ ଆସିବ।
ସବୁବେଳେ ଫଟୋ କ୍ଲିକ କରିବା ସମୟରେ ଲାଇଟ ଆଡଜେଷ୍ଟ କରିବା ପାଇଁ ନଭୁଲନ୍ତୁ। ଏମିତି କଲେ ଲାଇଟ ବାଲାନ୍ସ ଭଲ ରହିବ। ଫଟୋ କ୍ୱାଲିଟି ଭଲ ଆସିବ ।