ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ କଲେ ଆମିରଙ୍କ ଝିଅ ଇରା, ଖୁବଶୀଘ୍ର କରିବେ ବିବାହ
ଆମିର ଖାନଙ୍କ ଝିଅ ଇରା ଖାନ ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ ହୋଇସାରିଛି। ଦୀର୍ଘଦିନ ଧରି ସେ ତାଙ୍କ ପ୍ରେମିକ ନୁପୂର ଶିଖରେଙ୍କ ସହ ରିଲେନସିପରେ ରହିଛନ୍ତି । କିଛି ସମୟ ପୂର୍ବେ ନୁପୂର ଇରାଙ୍କୁ ପ୍ରପୋଜ୍ କରିଥିଲେ। ଏବେ ଦୁହେଁ ମୁମ୍ବାଇରେ ନିର୍ବନ୍ଧ କରିଛନ୍ତି। ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ନଜର ଆସିଥିଲେ। ଆମିର ଖାନଙ୍କ ପୁରା ପରିବାର ଏହି ଉତ୍ସବରେ ଯୋଗ ଦେଇଥିଲା । ବଲିଉଡର ମଧ୍ୟ କିଛି ଜଣାଶୁଣା ସେଲିବ୍ରିଟି ଏଠାରେ ଯୋଗ ଦେଇଥିଲେ । ଯାହାର ଫଟୋ ସାମ୍ନାକୁ ଆସିଛି ।
ନିର୍ବନ୍ଧ ସରିବା ପରେ ଦୁହେଁ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ କହିଛନ୍ତି। ଏହି ପାର୍ଟିରେ ଆମିର ଖାନ ମଧ୍ୟ ଧଳା କୁର୍ତ୍ତାରେ ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଥିଲେ। ଏହା ବ୍ୟତୀତ କିରଣ ରାଓ, ଇରାଙ୍କ ଭାଇ ଜୁନାଦ ଖାନ, ଆଜାଦ ରାଓ ଖାନଙ୍କ ସମେତ ସମଗ୍ର ପରିବାର ଉପସ୍ଥିତ ରହି ଖୁସି ରହିଥିବା ନଜର ଆସିଛନ୍ତି ।
View this post on Instagram
ଇରା ଏବଂ ନୁପୂର ଦୁହେଁ ଲକଡାଉନ ସମୟରେ ପରସ୍ପରର ନିକଟତର ହୋଇଥିଲେ। ୨୦୨୦ରେ ଦୁହିଁଙ୍କର ଦେଖା ହୋଇଥିଲା। ନୁପୂର ଇରାଙ୍କ ଜିମ୍ ଟ୍ରେନର ରହିଥିଲେ। ତା’ ପରେ ଇରା ଇନଷ୍ଟାଗ୍ରାମରେ ନିଜ ସଂପର୍କକୁ ନେଇ ଘୋଷଣା କରିଥିଲେ।
ଆମିରଙ୍କ ଝିଅ ଇରା ସବୁବେଳେ ନିଜର ଫ୍ୟାଶନ ଅନ୍ଦାଜ ନେଇ ଲାଇମଲାଇଟରେ ରୁହନ୍ତି। ଭିନ୍ନ ଭିନ୍ନ ଷ୍ଟାଇଲରେ ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି।
View this post on Instagram
ଇରା ଖାନ ଏମିତି ଜଣେ ଷ୍ଟାର କିଡ୍, ଯିଏ ଏ ପର୍ଯ୍ୟନ୍ତ ଫିଲ୍ମରେ ପାଦ ରଖି ନାହାନ୍ତି। ଏହାସତ୍ତ୍ୱେ ସେ ବହୁତ ଫେମସ୍ ଅଛନ୍ତି। ଇରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ସବୁବେଳେ ନିଜ ହୃଦୟର କଥା ଫ୍ୟାନ୍ମାନଙ୍କ ସାମ୍ନାରେ ବର୍ଣ୍ଣନା କରନ୍ତି। ସେ ନିଜ ଜୀବନ ସହ ଜଡିତ ଅନେକ କଥା ବି ସୋସିଆଲ ମିଡିଆରେ ଖୁଲାସା କରି ସାରିଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ନେଇ ଇରା ବହୁତ ସଚେତନ ରୁହନ୍ତି ଏବଂ ପ୍ରତ୍ୟେକ ଥର ଏହି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବରେ କଥା ହୁଅନ୍ତି। ନିକଟରେ ସେ ନିଜ ସହ ଜଡିତ ଏକ ବଡ଼ ଖୁଲାସା ମଧ୍ୟ କରିଛନ୍ତି।