Below header

ବସ୍ ପାଲଟିଛି ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ, ଭିତରେ ପଡିଛି ପୁଳା ପୁଳା ଅପତ୍ତିଜନକ ଜିନିଷ

ଭୁବନେଶ୍ବର(କେନ୍ୟୁଜ୍): ଖଣ୍ଡଗିରି ବସ ଟର୍ମିନାଲ ପାଲଟିଛି ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ। ଖଣ୍ଡଗିରି ଥାନାରୁ ଖୁବ କମ ଦୁରରୁ ପରିତ୍ୟକ୍ତ ଅବସ୍ଥାରେ ପଡିଛି ତିନୋଟି ବସ।  ରାତିହେଲେ ଏହି ସବୁ ବସ ପାଲଟି ଯାଏ ଅସାମାଜିକ ଲୋକଙ୍କ ରଙ୍ଗଶାଳା । ବସ ଭିତରେ ପଡିଛି ହଜାର ଆପତ୍ତିଜନକ ଜିନିଷ ।

 ମଦ ବୋତଲ ସହ ଅନେକ ନିଶା ଦ୍ରବ୍ୟର ଖୋଳ ମଧ୍ୟ ପଡିଛି।  ୨୦୧୯ ମସିହାରୁ ଏହି ତିନିଟି ବସ ପରିତ୍ୟକ୍ତ ଅବସ୍ଥାରେ ପଡିଥବା ସ୍ଥାନୀୟ ଲୋକେ କହିଛନ୍ତି। ସନ୍ଧ୍ୟା ହେଲେ ବସଟିକୁ କିଛି ଅସମାଜିକ ଲୋକ ଆସନ୍ତି ଓ ନିଜର କାମନା ଚରିତାର୍ଥ କରି ପୁଣି ଫେରିଯାନ୍ତି । ନିୟମିତ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକଙ୍କ ତରଫରୁ ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.