ନିଜ ଝିଅର ବାହାଘର ଧୁମଧାମରେ କରିବା ପାଇଁ ସବୁ ବାପା ମା’ ଚାହାନ୍ତି। ଆଉ ଏଥିପାଇଁ ଅନେକ ଆୟୋଜନ ମଧ୍ୟ କରନ୍ତି। କିନ୍ତୁ ବେଳେ ବେଳେ ଏମିତି ପରିସ୍ଥିତି ଆସିଯାଏ, ଯେଉଁଥିପାଇଁ ମଣିଷ ସାରା ଜୀବନ ଝଟପଟ ହୁଏ । ନିଜର ଇଚ୍ଛାକୁ ମଧ୍ୟ ପୂରଣ କରିପାରେନାହିଁ। ଆଉ ବାପା ମା’ ଇଚ୍ଛାକୁ ପୂରଣ କରିବା ପାଇଁ ପିଲା ନିଜର ସମସ୍ତ ସୁଖ ଏବଂ ଖୁସିକୁ ଜଳାଞ୍ଜଳି ଦେଇଦିଅନ୍ତି। ଠିକ୍ ଏମିତି ଏକ ଘଟଣା ବିହାରର ଗୟା ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ଯୁବତୀ ନିଜ ଅସୁସ୍ଥ ମା’ର ଶେଷ ଇଚ୍ଛା ପୂରଣ କରିବା ପାଇଁ ଆଇସିୟୁରେ ବିବାହ କରିଛନ୍ତି । ହସପିଟାଲରେ ପଡିଥିବା ମା’ର ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଝିଅ ଜଣକ ଏପରି ବିବାହ କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ମହିଳା ଜଣଙ୍କ ବିବାହ କରିବାର ମାତ୍ର କିଛି ଘଣ୍ଟା ପରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଛି। ତେବେ ହସ୍ପିଟାଲ୍ ଆଇସିୟୁରେ ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।
ଘରୋଇ ହସପିଟାଲରେ ପୁନମ କୁମାରୀ ନାମକ ଜଣେ ମହିଳା ଜୀବନ ସହିତ ଯୁଦ୍ଧ କରି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଆଉ ରୋଗୀଣା ମା’ର ଶେଷ ଇଚ୍ଛା ନିଜ ଝିଅର ବାହାଘର ଦେଖିବ। ତେଣୁ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଝିଅର ବାହାଘର ଦେଖିବା ପାଇଁ ସର୍ତ୍ତ ରଖିଥିଲେ। ଆଉ ମା’ର ଜୀବନ ଜୀବନ ଯିବା ପୂର୍ବରୁ ଝିଅ ମା’ର କଥା ମାନି ଆଇସିୟୁରେ ହିଁ ବିବାହ କରିଥିଲା । ଆଉ ଝିଅ ବିବାହ କରିବାର ମାତ୍ର ୨ ଘଣ୍ଟା ପରେ ମା’ର ମୃତ୍ୟୁ ହୋଇଥିଲା । ତେବେ ଏପରି ସ୍ଥିତି ଦେଖି ସମସ୍ତେ ନିଜ କୋହକୁ ସମ୍ଭାଳିପାରିନଥିଲେ ।
Marriage took place in ICU, bride’s mother blessed the couple and breathed her last. The matter is of Gaya in Bihar.#Bihar #ViralVideo pic.twitter.com/kTFaP8e5IN
— Aaeesha (@Aa_e_eshA) December 26, 2022
ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣଙ୍କ ତାଙ୍କ ଅସୁସ୍ଥ ମା’ଙ୍କୁ ଚାହିଁ ରହିଛନ୍ତି । ବିବାହ କରିଥିବା ଯୁବତୀଙ୍କ ନାମ ଚାନ୍ଦିନୀ। ତାଙ୍କ ମା’ଙ୍କ ନାମ ପୁନମ କୁମାରୀ ବର୍ମା। ସେ ଗୁରୁଆ ବ୍ଲକ୍ ଅଧିନ ବାଲି ଗ୍ରାମର ବାସିନ୍ଦା। ପୁନମ କୁମାରୀ ମଗଧ ମେଡିକାଲ କଲେଜ ଏବଂ ହସପିଟାଲରେ ଏଏନଏମ୍ ଭାବେ କାର୍ଯ୍ୟ କରୁଥିଲେ । କରୋନା ବେଳରୁ ତାଙ୍କ ଦେହ ଅସୁସ୍ଥ ରହିଥିଲା । ତାଙ୍କ ଶରୀରର କିଛି ଅଂଶ କାମ କରୁନଥିବାରୁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ଗୟା ମାଜିଷ୍ଟ୍ରେଟ୍ କଲୋନିର ଅନ୍ୟ ଏକ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା। ମହିଳାଙ୍କ ଦେହ ଅଧିକ ଖରାପ ହେବାରୁ ସେ ଝିଅର ବିବାହ ଦେଖିବାକୁ ଇଚ୍ଛା କରିଥିଲେ। ଆଉ ହସପିଟାଲର ଆଇସିୟୁରେ ହିଁ ଝିଅର ବାହାଘର କରାଯାଇ ମା’ର ଇଚ୍ଛାକୁ ପୂରଣ କରାଯାଇଥିଲା ।