Co-WIN ପରେ U-WIN ଲଞ୍ଚ କଲେ କେନ୍ଦ୍ର ସରକାର, ମହିଳା ଓ ଶିଶୁଙ୍କ ରଖାଯିବ ଡିଜିଟାଲ ରେକର୍ଡ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ Co-WIN ର ସଫଳତା ପରେ U-WIN ପ୍ଲାଟଫର୍ମ ଲଞ୍ଚ କରିଛି । ଦେଶରେ ମହିଳା ଓ ଶିଶୁଙ୍କ ଟିକାକରଣର ଡିଜିଟାଲ ରେକର୍ଡ ରଖିବା ପାଇଁ କେନ୍ଦ୍ର ସରକାର U-WIN ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଦୁଇଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ପାଇଲଟ ଯୋଜନା ଆରମ୍ଭ କରାଯାଇଛି । ଜାନୁଆରୀରେ ଏହି କାର୍ଯ୍ୟକ୍ରମ ୬୫ ଜିଲ୍ଲାରେ ଆରମ୍ଭ କରାଯାଇଛି ।

ଘରେ ବସି U-WIN ର ପଞ୍ଜିକରଣ ସୁବିଧା

U-WIN ଡଜିଟାଲ ପ୍ଲାଟଫର୍ମରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ପଞ୍ଜିକୃତ କରାଯିବ । ଏଥିସହିତ ସେମାନଙ୍କର ଟିକାକରଣର ରେକର୍ଡ ମଧ୍ୟ ରଖାଯିବ । ଏହାପରେ ତାଙ୍କର ସନ୍ତାନଙ୍କର ଜନ୍ମ ସମୟ ଓ ପରେ ତାର ଟିକାକରଣର ମଧ୍ୟ ରେକର୍ଡ କରାଯିବ ।

ଏହି ପ୍ଲାଟଫର୍ମ କୋଭିଡ-୧୯ ବିରୋଧରେ ଭାରତର ସଂଘର୍ଷ ଡିଜିଟାଲ ସୁବିଧା ପାଇଁ କରାଯାଇଛି । ଏହି ଆପ ମାଧ୍ୟମରେ ଘରେ ବସି ଆସନ୍ତା ଟିକା, ଟିକାର ତାରିଖ ଓ ଟିକାର ଉପଲବ୍ଧତା ସମ୍ପର୍କରେ ଜାଣିପାରିବେ । ଏହାଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟିକାକରଣ ପାଇଁ କାର୍ଡ ରଖିବା, ଟିକା ତାରିଖ ମନେ ରଖିବା ଆଦିର କୌଣସି ଆବଶ୍ୟକତା ପଡିବ ନାହିଁ ।

ଟିକାକରଣ ପ୍ରମାଣ ପତ୍ର ଡାଉନଲୋଡ କରିବାର ସୁବିଧା

ଏହି ଆପ ମାଧ୍ୟମରେ ଟିକାକରଣର ସମସ୍ତ ସୂଚନା ଗୋଟିଏ ସ୍ଥାନରେ ପାଇବାର ସୁବିଧା ମିଳିବ । ଏଥିରେ ଟିକାକରଣର ବୁକିଂ ମଧ୍ୟ କରାଯାଇ ପାରିବ । ଖାଲି ସେତିକି ନୁହେଁ ଟିକାକରଣର ପ୍ରମାଣ ପତ୍ରର ଡାଉନଲୋଡ କରିବାର ସୁବିଧା ମଧ୍ୟ ଏହି ଆପ୍‌ରେ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥି ପୂର୍ବରୁ ଟିକାକରଣର ସମସ୍ତ ରେକର୍ଡ ମାନୁଆଲ ରଖାଯାଉଥିଲା । ଏବେ ଏସବୁର ଆବଶ୍ୟକତା ନାହିଁ । ସବୁ କିଛି ଡିଜିଟାଲ ଭାବେ ରେକର୍ଡ ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.