ନିଆ ଶର୍ମାଙ୍କ ପୋଲ ଡ୍ୟାନ୍ସ ଦେଖି ପାଗଳ ହେଲେ ପ୍ରଶଂସକ, ଭାଇରାଲ୍ ହେଉଛି ଭିଡିଓ
ବର୍ତ୍ତମାନ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅଭିନେତ୍ରୀ ନିଆ ଶର୍ମା । ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ନିଆ ପୋଲ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛନ୍ତି।
ମୁମ୍ବାଇ: ନିଆ ଶର୍ମା ଅଭିନେତ୍ରୀ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ତଥା ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଆ ନିଜର ଚମତ୍କାର ଅଭିନୟ ଏବଂ ସ୍ବତନ୍ତ୍ର ନୃତ୍ୟ ଦକ୍ଷତା ମାଧ୍ୟମରେ ନିଜକୁ ପରିପ୍ରକାଶ କରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି।
ଅଭିନେତ୍ରୀ ନିଆ ଶର୍ମା ସୋସିଆଲ ମିଡିଆରେ ବହୁତ ପପୁଲାର । ତେବେ ପ୍ରତିଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ତାଙ୍କର ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ଇନଷ୍ଟାଗ୍ରାମରେ ନିଆଙ୍କର ପ୍ରଶଂସକଙ୍କ ସଂଖ୍ଯା ଢେର୍ ଅଧିକ। ଯେଉଁମାନେ ତାଙ୍କ ଭିଡିଓ ଏବଂ ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଖି ପିଛୁଳାକେ ଭାଇରାଲ କରିଦେଇଥାନ୍ତି।
ବର୍ତ୍ତମାନ ନିଆ ଶର୍ମା ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ନିଆ ପୋଲ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛନ୍ତି। ନିଆ ଭିଡିଓର କ୍ୟାପସନ୍ ରେ ଲେଖିଛନ୍ତି “କିଛି ଜିନିଷ ସର୍ବଦା ପ୍ରଥମ ଥର ପାଇଁ ଥାଏ । ଏହି ପୋଲ ଡ୍ୟାନ୍ସ ମୋର ପ୍ରଥମ ଥିଲା ଯାହା ମୋର ପ୍ରିୟ ହୋଇଗଲା କାରଣ , ଏହା ସହଜ ନଥିଲା।
ନିଆ ଶର୍ମାଙ୍କ ଏହି ଭାଇରାଲ୍ ପୋଲ ଡ୍ୟାନ୍ସ ଭିଡିଓ ଏପର୍ଯ୍ୟନ୍ତ ପ୍ରାୟ ୧୧ ହଜାର ୭୦୦ରୁ ଅଧିକ ଲାଇକ୍ ପାଇସାରିଛି। ଏହାସହ କମେଣ୍ଟରେ ବହୁତ ସାରା ଫାୟର ଏବଂ ହାର୍ଟ ଇମୋଜି ସହିତ ଅଭିନେତ୍ରୀଙ୍କ ପ୍ରତି ସେମାନଙ୍କର ଭଲପାଇବା ଦେଖାଇଛନ୍ତି ଅନେକ ପ୍ରଶଂସକ।
View this post on Instagram
ଏହାପୂର୍ବରୁ ସେ ତାଙ୍କ ପୋଲ ଡ୍ୟାନ୍ସ ଅଭ୍ୟାସ କରୁଥିବା ସମୟର ଭିଡିଓ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ସେ ଖୁବ୍ ସୁନ୍ଦର ଭାବେ ପୋଲ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତେବେ ନିଆ ଶର୍ମା ନିଜ ଷ୍ଟାଇଲ ବ୍ୟତୀତ ନିଜ ଡ୍ୟାନ୍ସ ପାଇଁ ବେଶ୍ ପପୁଲାର। ସବୁ ଦିନ ପ୍ରାୟ ଆକ୍ଟ୍ରେସଙ୍କର ନୂଆ ଡ୍ୟାନ୍ସ ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ନିଆଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।