ପଞ୍ଜାବ ପୋଲିସକୁ ବଡ଼ ସଫଳତା! ଅମ୍ରିତପାଲର ଡାହାଣ ହାତ ପପଲପ୍ରୀତ୍‌ ସିଂ ଗିରଫ

ପଞ୍ଜାବ ପୋଲିସକୁ ମିଳିଛି ବଡ଼ ସଫଳତା। ଖାଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂଙ୍କ ଘନିଷ୍ଠ ତଥା ଡାହାଣ ହାତ ପପଲପ୍ରୀତ୍‌ ସିଂଙ୍କୁ ପୋଲିସ ଗିରଫ କରିଛି।

ପଞ୍ଜାବ ପୋଲିସକୁ ମିଳିଛି ବଡ଼ ସଫଳତା। ଖାଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂଙ୍କ ଘନିଷ୍ଠ ତଥା ଡାହାଣ ହାତ ପପଲପ୍ରୀତ୍‌ ସିଂଙ୍କୁ ପୋଲିସ ଗିରଫ କରିଛି। ଅମ୍ରିତପାଲ ମାର୍ଚ୍ଚ ୧୮ରୁ ଫେରାର୍‌ ଅଛନ୍ତି। ପଞ୍ଜାବ ବାହାରେ ଅନ୍ୟ ରାଜ୍ୟରେ ମଧ୍ୟ ତାଙ୍କୁ ଖୋଜାଖୋଜି କରାଯାଉଛି।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପଞ୍ଜାବ ପୋଲିସ ସ୍ପେଶାଲ ସେଲ୍‌ ସହାୟତାରେ ଏକ ବଡ଼ ଅପରେସନ ଚଳାଇଥିଲା, ଯାହାପରେ ପପଲପ୍ରୀତଙ୍କୁ ଗିରଫ କରାଯାଇଥିଲା। ଏପଟେ ପୋଲିସ ଟିମ୍‌ ସହ ଏଜେନ୍ସିମାନେ ମଧ୍ୟ ଲଗାତାର ଅମ୍ରିତପାଲଙ୍କ ସନ୍ଧାନରେ ନିୟୋଜିତ ଅଛନ୍ତି। ଅମ୍ରିତପାଲଙ୍କ ଡାହାଣ ହାତ କୁହାଯାଉଥିବା ପପଲପ୍ରୀତଙ୍କୁ ଗିରଫ ପରେ ଏବେ ଅମ୍ରିତପାଲଙ୍କ ଗିରଫଦାରୀର ଆଶା ମଧ୍ୟ ସଞ୍ଚାର ହୋଇଛି।

ପଞ୍ଜାବ ପୋଲିସର ସୂଚନା ଅନୁସାରେ, ଜଳନ୍ଧରରୁ ଫେରାର ହୋଇ ପପଲପ୍ରୀତ ଅମ୍ରିତପାଲଙ୍କ ସହିତ ରହିଥିଲେ ଏବଂ ଦୁହେଁ ହୋଶିଆରପୁରରେ ଅଲଗା ହୋଇଥିଲେ। ପୋଲିସ ହୋଶିଆରପୁରରୁ ପପଲପ୍ରୀତଙ୍କୁ ଗିରଫ କରିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ପପଲପ୍ରୀତଙ୍କର ପାକିସ୍ତାନର ଆଇଏସଆଇ ସହ ସମ୍ପର୍କ ଥିବା ଦାବି କରାଯାଇଛି।

ପଳାତକ ଅମ୍ରିତପାଲ ପାକିସ୍ତାନ ପଳାଇଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି, ଯାହା ପରେ ସୀମା ସଂଲଗ୍ନ ପ୍ରତ୍ୟେକ ଗାଁରେ ୫୦୦୦ରୁ ଅଧିକ ପୋଲିସ ଖୋଜାଖୋଜି କରୁଛନ୍ତି। ଏହା ବ୍ୟତୀତ ୩୦୦ ଧାର୍ମିକ ସ୍ଥାନରେ ମଧ୍ୟ ତାଙ୍କର ସନ୍ଧାନ ଚାଲିଛି।

Leave A Reply

Your email address will not be published.