ପ୍ରେମିକ ଦେଇଥିବା ବିଷ ପିଇ ଜୀବନ ହାରିଲା ପ୍ରେମିକା, ଝିଅର ମୃତଦେହ ରଖି ଧାରଣା ଦେଲେ ପରିବାର ଲୋକେ

ପ୍ରେମିକ ଦେଇଥିବା ବିଷ ପିଇ ଜୀବନ ହାରିଲା ପ୍ରେମିକା । ଝିଅର ମୃତଦେହ ରଖି ପ୍ରେମିକ ଘର ଆଗରେ ଧାରଣା ଦେଲେ ପରିବାର । କଳାହାଣ୍ଡି ଜିଲ୍ଲା କୋକସରା ଥାନା ନୂନପାଣି ଗାଁରେ ଅଭାବନୀୟ ଘଟଣା ଘଟିଛି ।

କଳାହାଣ୍ଡି (କେନ୍ୟୁଜ): ପ୍ରେମିକ ଦେଇଥିବା ବିଷ ପିଇ ଜୀବନ ହାରିଲା ପ୍ରେମିକା । ଝିଅର ମୃତଦେହ ରଖି ପ୍ରେମିକ ଘର ଆଗରେ ଧାରଣା ଦେଲେ ପରିବାର । କଳାହାଣ୍ଡି ଜିଲ୍ଲା କୋକସରା ଥାନା ନୂନପାଣି ଗାଁରେ ଅଭାବନୀୟ ଘଟଣା ଘଟିଛି ।

ସୂଚନାନୁଯାୟୀ, ରିମା ନାଗ ଓ ଗ୍ରାମର ସମୀର ପୁଝାରି ନାମକ ଯୁବକଙ୍କ ସହ ଦୀର୍ଘ ୨ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଥିଲା। ରିମା ସମୀରକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଅଡି ବସିଥିଲା। ହେଲେ ସମୀର ଭିନ୍ନ ଜାତିର ହୋଇଥିବା ନେଇ ବିବାହ କୁ ଅସ୍ୱୀକାର କରି ରିମାକୁ ଶେଷରେ ବିଷ ପିଇ ମରିଯିବାକୁ କହି ବିଷ ଆଣି ଦେଇଥିଲେ। ପ୍ରେମିକା ରିମା ନିରାଶ ହୋଇ ସମୀର ଦେଇଥିବା ବିଷକୁ ଗତ ମାସ ୧୯ତାରିଖ ଦିନ ସମୀରଙ୍କ ଘର ଆଗରେରେ ପିଇଥିଲେ। ଗୁରୁତର ଭାବେ ଉଦ୍ଧାର କରି ସମୀରର ବାପା ମାଆ ପ୍ରଥମେ ଧର୍ମଗଡ, ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।

ଗତକାଲି ସକାଳ ୧୧ଟାରେ ଚିକିତ୍ସା ଅବସ୍ଥାରେ ରିମାର ମୃତ୍ୟୁ ହୋଇ ଯାଇଛି। ମୃତଦେହ ଗାଁକୁ ସନ୍ଧ୍ୟାରେ ପହଞ୍ଚିବା ପରେ ରିମାର ପରିବାର ନିଜ ଘରକୁ ନ ଆଣି ସିଧାସଳଖ ସମୀରଙ୍କ ଘର ସମ୍ମୁଖରେ ରଖି ସମୀରର ଗିରଫ ଦାବିରେ ଅଡ଼ି ରହିଥିଲେ।ଏହି ଘଟଣାକୁ ନେଇ ରିମାର ବାପା ଗତ ୨୨ତାରିଖ ଦିନ କୋକସରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳକୁ ଆସି ମୃତ ପରିବାରକୁ ବୁଝାସୁଝା କରୁଥିବା ଜଣାପଡିଛି l

Leave A Reply

Your email address will not be published.