ମଇ ମାସରେ ଭାରତ ଆସିବେ ପାକିସ୍ତାନ ବୈନେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ
ଆସନ୍ତା ମାସ ୪ ଓ ୫ ତାରିଖରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ । ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବେ । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ କୌଣସି ପାକିସ୍ତାନୀ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ।
ନୂଆଦିଲ୍ଲୀ : ଆସନ୍ତା ମାସ ୪ ଓ ୫ ତାରିଖରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ । ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବେ । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ କୌଣସି ପାକିସ୍ତାନୀ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ।
ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିଲେ । ଗତ ଡିସେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ଭୁଟ୍ଟୋ ।
ଚଳିତ ବର୍ଷ ଏସସିଓର ଅଧ୍ୟକ୍ଷତା ଭାରତ ହାତରେ ରହିଛି। ୨୦୨୨ ମସିହାରେ ଉଜବେକିସ୍ତାନର ସମରକାଣ୍ଡରେ ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ । ୨୦୧୭ରେ ଭାରତ ଏହି ସଂଗଠନର ପୂର୍ଣ୍ଣ ସଦସ୍ୟ ହୋଇଥିଲା।
ଶେଷ ଥର ପାଇଁ ୨୦୧୧ ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବ୍ବାନି ଖାର ଭାରତ ଗସ୍ତରେ ଆସିଥିଲେ। ସେତେବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର ଥିଲା