ଥାନା ଦୁଆରରେ ନ୍ଯାୟ ପାଇଁ ପୂର୍ବତନ ହୋମଗାର୍ଡ, ଘର ଘର ବୁଲି ମାଗୁଛନ୍ତି ଭିକ

ନ୍ଯାୟ ପାଇଁ ପୂର୍ବତନ ଥାନା ଦୁଆରେ ହୋମଗାର୍ଡ। ଯିଏ ଦିନେ ସୁରକ୍ଷା ଯୋଗାଇ ଦେଉଥିଲେ ସେ ଆଜି ସୁରକ୍ଷା ମାଗୁଛନ୍ତି। ଏ ହେଉଛନ୍ତି ପାରାଦୀପ ଆଦର୍ଶ ଥାନାର ପୂର୍ବତନ ହୋମଗାର୍ଡ ସଂଜୁ ମଲ୍ଲିକ।

ପାରାଦୀପ(କେନ୍ୟୁଜ): ଥାନା ଦୁଆରରେ ନ୍ଯାୟ ପାଇଁ ପୂର୍ବତନ ହୋମଗାର୍ଡ। ଯିଏ ଦିନେ ସୁରକ୍ଷା ଯୋଗାଇ ଦେଉଥିଲେ ସେ ଆଜି ସୁରକ୍ଷା ମାଗୁଛନ୍ତି। ଏ ହେଉଛନ୍ତି ପାରାଦୀପ ଆଦର୍ଶ ଥାନାର ପୂର୍ବତନ ହୋମଗାର୍ଡ ସଂଜୁ ମଲ୍ଲିକ। ଦିନ ଥିଲା ସେ ଏହି ପାରାଦୀପ ଥାନାରେ ଚାକିରି କରିଥିଲେ। ଖାକି ବର୍ଦ୍ଦିରେ ବଡ ବାବୁ ମାନଙ୍କୁ ସାଲୁଟ ମାରୁଥିଲେ। ନିର୍ଦ୍ଦେଶ ପାଇଲା ମାତ୍ରେ ସେ ବଜାର, ଗଳିକନ୍ଦିରେ ବୁଲି ସାଧାରଣ ଜନତାଙ୍କୁ ଆଇନ୍‌ ସହାୟତା ଯୋଗାଇ ଦେଉଥିଲେ। କିନ୍ତୁ ଆଜି ସେ ସେଇ ଥାନା ଆଗରେ ବସି କାନ୍ଦୁଛନ୍ତି।

ଥାନା ବାବୁଙ୍କୁ ନିଜର ଦୁଃଖ ଜଣାଇବାକୁ ସେ ଏଠାକୁ ଧାଇଁ ଆସିଛନ୍ତି। କାରଣ ହୋମଗାର୍ଡ ଚାକିରୀରୁ ଅବସର ନେବା ପରେ ତାଙ୍କର ଦୁଇ ପୁଅ ଓ ବୋହୁ ତାକୁ ଘରୁ ବାଡେଇ ବିଦା କରିଦେଇଥିବା ଅଭିଯୋଗ ଆସିଛି । ଦି ଓଳି ଦି ମୁଠା ଖାଇବାକୁ ଦେବା ତ ଦୁରର କଥା, ରୋଗାକ୍ରାନ୍ତ ଅବସ୍ଥାରେ ଘରେ ଟିକେ ରହିବାକୁ ନଦେଇ ବିଦା କରିଦେଇଛନ୍ତି। ଅସହାୟ ଅବସ୍ଥାରେ ସେ ଏବେ ଘର ଘର ବୁଲୁଥିବା ବେଳେ ଖବର ପାଇ ତାଙ୍କୁ ଉଦ୍ଧାର କରିଛି ଏକ ସ୍ୱେଚ୍ଛାସେବୀ ସଂଗଠନ। ସଂଜୁ ମଲ୍ଲିକ ଏବେ ବୟସର ଅହରାହ୍ନରେ ପଂହଚି ଥିବା ବେଳେ ଏବେ ତାଙ୍କ ଜନ୍ମ କଲା ପୁଅ ତାକୁ ଘରୁ ତଡିଦେଇ ବେସାହାରା କରିଦେଇଛି।

maa

ଏପଟେ ପକ୍ଷାଘାତ ରୋଗ ଯୋଗୁଁ କଥା ବି ଠିକ ରୂପେ କହିପାରୁନାହାନ୍ତି ସେ । ଖାଇବାକୁ ଦିଓଳି ଦୁଇମୁଠା ପାଇବା ତାଙ୍କ ପାଇଁ କଷ୍ଟ ସାଧ୍ଯ। ପାରାଦୀପର ବିଭିନ୍ନ ଗଳିକନ୍ଦିରେ ବୁଲି ଭିକ ମାଗି ଚାଲୁଥିବାବେଳେ ଜାନକୀ ଚାରିଟେବୁଲ ଟ୍ରଷ୍ଟ ତାକୁ ଉଦ୍ଧାର କରି ଏକ ଜରାଶ୍ରମରେ ଛାଡିଥିବା ବେଳେ ଏବେ ନ୍ଯାୟ ପାଇଁ ପାରାଦୀପ ଆଦର୍ଶ ଥାନାକୁ ସେ ଆସିଛନ୍ତି। ତେବେ ଥାନା ଅଧିକାରି ସଂଜୁଙ୍କ ପୁଅ କୁ ଖବର ଦେବା ପରେ ପୁଅ ନିଜ ଭୂଲ ବୁଝିପାରି ଘରକୁ ଫେରାଇ ନେଇଥିବା ଜଣାପଡିଛି।

 

Leave A Reply

Your email address will not be published.