ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ହେଲା କପା ବୀଜ , ଫଟୋ ଜାରି କଲା ଚୀନ ମହାକାଶ ଏଜେନ୍ସି

ଚୀନ(କେନ୍ୟୁଜ୍) : ଚନ୍ଦ୍ରପୃଷ୍ଠରେ ବୃକ୍ଷରୋପଣ କରିବାରେ ସକ୍ଷମ ହୋଇଛି ଚୀନ। ମହାକାଶରେ ଜୈବିକ ସତ୍ତା ସମ୍ଭବ ନେଇ ଗତ ସପ୍ତାହରେ ଚୀନ ପ୍ରେରଣ କରିଥିଲା ଚାଙ୍ଗ-ଇ-୪ଯାନ। ଚୀନ ମହାକାଶ ଏଜେନସି ମଙ୍ଗଳବାର ଜାରି କରିଥିବା ଫଟୋରେ କପା ବୀଜ ଅଙ୍କୁରିତ ହୋଇଥିବା ଦେଖାଯାଇଛି। ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଟରେ ଜୈବିକ ପ୍ରଣାଳୀରେ କୃଷି ଉତ୍ପାଦନ କରାଯାଇଛି। ଚାଙ୍ଗ-ଇ- ୪ ଯାନରେ କପା ସହ ଆଳୁ, କୋବି ଜାତୀୟ ମଞ୍ଜି, ସୋରିଷ ଓ ଫଳର ମଞ୍ଜିକୁ ପରୀକ୍ଷଣ ପାଇଁ ରଖାଯାଇଛି। ଆଗାମୀ ଶହେ ଦିନ ମଧ୍ୟରେ ଆହୁରି ଅଧିକ ଶସ୍ୟ ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଚୋଙ୍ଗକ୍ୱିନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ।

plant1ଚନ୍ଦ୍ରକୁ ମଞ୍ଜି ନେଇ ରୋପଣ କରିବାକୁ ମହାକାଶ ଯାନକୁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି। ଅନେକ ବିଷମ ପରିସ୍ଥିତିରେ ଚନ୍ଦ୍ରପୃଷ୍ଠରେ ବୀଜ ଅଙ୍କୁରିତ କରିବାରେ ସଫଳ ହୋଇଥିବା ଏଥିରେ ସାମିଲ ବୈଜ୍ଞାନିକ ମାନେ କହିଛନ୍ତି। ମହାକାଶରେ ଘୁରି ବୁଲୁଥିବା ଯାନରୁ ଚନ୍ଦ୍ରପୃଷ୍ଠର ନିଆଯାଇଥିବା ଫଟୋରେ କପା ବୀଜ ଅଙ୍କୁରିତ ହେବା ସ୍ପଷ୍ଟ ଚିତ୍ର ଉତ୍ତୋଳନ କରାଯାଇଛି। ୨୦୧୮ ଡିସେମ୍ବର ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ଜୈବିକ ସତ୍ତା ଉଦେଶ୍ୟରେ ପଠାଯାଇଥିବା ଚାଙ୍ଗ-ଇ-୪ଯାନରେ ୬ଜଣ ମହାକାଶଚାରୀ ମଧ୍ୟ ଯାତ୍ରା କରିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.