ମାଓବାଦୀଙ୍କ ବିରୋଧର ବଡ଼ ସଫଳତା, ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ

ମାଓବାଦୀଙ୍କ ବିରୋଧର ବଡ଼ ସଫଳତା। ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ। କଳାହାଣ୍ଡି ଜିଲ୍ଲା ତାପରଙ୍ଗ ରିଜର୍ଭ ଫରେଷ୍ଟରେ ମାଓବାଦୀଙ୍କ ଉପସ୍ଥିତି ନେଇ ଅପରେସନ ଆରମ୍ଭ କରିଥିଲା ସ୍ପେଶାଲ ଇଣ୍ଟେଲିଜେନ୍‌ସ ୱିଙ୍ଗ। ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ଘଟଣାସ୍ଥଳରୁ ଏକ AK 47 ଜବତ ହୋଇଛି। ମାଓବାଦୀଙ୍କ ଗୁଳିରେ ଜଣେ ଡିଏସପି ଆହତ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍‌ଟ କରାଯାଇଛି। ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ମାଓବାଦୀଙ୍କୁ ଅପିଲ କରିଛନ୍ତି ଡିଜିପି ସୁନୀଲ ବଂଶଲ।

Leave A Reply

Your email address will not be published.