ATM ଲୁଟ୍ ବେଳେ ଲୁଟେରାଙ୍କୁ ମାଡି ବସିଲା ପୋଲିସ, ୩ଘଣ୍ଟା ପରେ ହେଲେ କାବୁ

ରାଜଧାନୀରେ ATM ଲୁଟ୍ କୁ ପଣ୍ଡ କଲା ପୋଲିସ। ଗତକାଲି ବିଲମ୍ବିତ ରାତିରେ ସୈନିକ ସ୍କୁଲ ପଛପଟେ ଥିବା sbi ATM ଲୁଟ ପାଇଁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ଲୁଟେରାଙ୍କୁ ୩ଘଣ୍ଟା ଧରି ପିଛା କଲା କମିଶନରେଟ୍ ପୋଲିସର ୭ଟି ପିସିଆର ଭ୍ୟାନ୍ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ATM ଲୁଟ୍ କୁ ପଣ୍ଡ କଲା ପୋଲିସ। ଗତକାଲି ବିଲମ୍ବିତ ରାତିରେ ସୈନିକ ସ୍କୁଲ ପଛପଟେ ଥିବା sbi ATM ଲୁଟ ପାଇଁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ଲୁଟେରାଙ୍କୁ ୩ଘଣ୍ଟା ଧରି ପିଛା କଲା କମିଶନରେଟ୍ ପୋଲିସର ୭ଟି ପିସିଆର ଭ୍ୟାନ୍ । ଶେଷରେ ଚନ୍ଦ୍ରଶେଖରପୁର ଅଞ୍ଚଳର ସରସ୍ଵତୀ ବସ୍ତି ନିକଟରେ ଥିବା ନିଛାଟିଆ ବଣ ଭିତରେ ଫସି ଯାଇଥିଲେ ଲୁଟେରାମାନେ। ପୋଲିସ୍ ସେମାନଙ୍କୁ କାବୁ କରିବାକୁ ପ୍ରୟାସ କରିବା ବେଳେ ଗ୍ୟାସ କଟର, ମିନିଟ୍ରକ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି

ସୂଚନା ଅନୁଯାୟୀ ରାତି ପ୍ରାୟ ୨ ସମୟରେ atm ଲୁଟ ପାଇଁ ୭ ଜଣ ଆସିଥିବା ଖବର ପାଇଥିଲା ସହିଦନଗର ପୋଲିସ । PCR କୁ ଦେଖି ଛୁ ମାରିଥିଲେ ଲୁଟେରା ଗ୍ୟାଙ୍ଗ । ୩ ଘଣ୍ଟା ଧରି ଲୁଟେରା ଓ ପୋଲିସ ମଧ୍ୟରେ ଛକା ପଞ୍ଝା ଦେଖିବାକୁ ମିଳିଥିଲା। ଆକ୍ରମଣରେ ଗୋଟିଏ ପିସିଆର୍ ଭାଙ୍ଗିବା ସହ ଜଣେ ପୋଲିସ୍ କର୍ମୀ ସାମାନ୍ୟ ଆହତ ହୋଇଥିଲେ। ଏହାପରେ ଅନ୍ଧାରିଆ ବଣ ଭିତରେ ପିକ୍ ଅପ୍ ଭ୍ୟାନ ଛାଡ଼ି ଚମ୍ପଟ୍ ମାରିଥିଲେ । ଏନେଇ ସହିଦ ନଗର ଓ ଚନ୍ଦ୍ରଶେଖର ପୁର ଥାନା ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.