ଝାରସୁଗୁଡା ଉପନିର୍ବାଚନ-୨୦୨୩ ଫଳାଫଳ : Live Updates | ବାଜି ମାରିଲା ବିଜେଡି

ଖୋଲିଲା ୯ ପ୍ରାର୍ଥୀଙ୍କ ଭାଗ୍ୟ ପେଡ଼ି। ଆରମ୍ଭ ହେଲା ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯାଉଛି।

ଝାରସୁଗୁଡ଼ା ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ସରିଲା କାଉଣ୍ଟିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି ଶେଷ ହେଲା। ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷାରେ ଭୋଟ ଗଣତି ସରିଲା। ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ। ଯିଏକି ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କୁ ପଛରେ ପକାଇ ବାଜି ମାରିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯  ଖଣ୍ଡ ଭୋଟରେ ଆଗୁଆ ରହି ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଛନ୍ତି।

ବିଜେଡି:୧,୦୭,୦୦୩

ବିଜେପି:୫୮,୩୮୪

କଂଗ୍ରେସ:୪,୪୭୩

UPDATES: 

  • ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ।
  • ୧୯ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯  ଖଣ୍ଡ ଭୋଟରେ ଆଗୁଆ।
  • ୧୮ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୪୫୯ ଖଣ୍ଡ ଭୋଟରେ ଆଗୁଆ।
  • ୪୫,୭୪୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ।
  • ୧୭ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ।
  • ୧୬ତମ ରାଉଣ୍ଡରେ ୪୨,୩୯୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ।
  • ୧୬ତମ ରାଉଣ୍ଡରେ ବି ବିଜେଡି ଆଗୁଆ।
  • ୧୫ତମ ରାଉଣ୍ଡରେ ୪୦,୧୨୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ।
  • ୧୪ତମ ରାଉଣ୍ଡରେ ବିଜେଡି ଆଗୁଆ।
  • ୧୩ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୩୪,୨୯୫ ଖଣ୍ଡ ଭୋଟରେ ଆଗୁଆ।
  • ୧୨ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ।
  • ୧୧ତମ ରାଉଣ୍ଡରେ ୨୮,୧୭୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ।
  • ଦଶମ ରାଉଣ୍ଡରେ ବି ବିଜେଡି ଆଗୁଆ।
  • ନବମ ରାଉଣ୍ଡରେ ୨୩,୫୯୦ଖଣ୍ଡ ଭୋଟରେ ବିଜେଡି ଆଗୁଆ।
  • ଅଷ୍ଯମ ରାଉଣ୍ଡରେ ୨୧,୬୬୬ ଭୋଟରେ ଦୀପାଳି ଦାସ ଆଗୁଆ।
  • ସପ୍ତମ ରାଉଣ୍ଡରେ ଦୀପାଳି ଦାସ ଆଗୁଆ।
  • ଷଷ୍ଠ ରାଉଣ୍ଡରେ ବିଜେଡି  ୧୮,୨୪୬ ଭୋଟରେ ଆଗୁଆ।
  • ପଞ୍ଚମ ରାଉଣ୍ଡରେ ବିଜେଡି ୧୩,୫୪୫ ଭୋଟରେ ଆଗୁଆ।
  • ଚତୁର୍ଥ ରାଉଣ୍ଡରେ ବିଜେଡି ୧୦,୧୭୮ ଭୋଟରେ ଆଗୁଆ।
  • ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ।
  • ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ।
  • ଦ୍ବିତୀୟ ରାଉଣ୍ଡ ସୁଦ୍ଧା ୪୫୧୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ।
  • ଦ୍ବିତୀୟ ରାଉଣ୍ଡରେ ବିଜେଡି ଆଗୁଆ।
  • ପ୍ରଥମ ରାଉଣ୍ଡ ସୁଦ୍ଧା ୨୭୦୬ ଖଣ୍ଡ ଭୋଟରେ ଆଗୁଆ।
  • ଦ୍ବିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ।
  • ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ।
  • ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣତି।
  • ଆରମ୍ଭ ହେଲା ଭୋଟ ଗଣତି । ଖୋଲିଲା ୯ ପ୍ରାର୍ଥୀଙ୍କ ଭାଗ୍ୟ ପେଡ଼ି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.