ମାଙ୍କଡ଼ ଡ଼ିଆଁ ଜଳ ପ୍ରପାତରେ ବାଘୁଆ ମହୁ ମାଛି ଆକ୍ରମଣ, ଦୁଇ ଗୁରୁତର 

ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଥାନା ମଲିପଡାର ଅମିତ କୁମାର ବାଘର, ଚିନ୍ମୟ କୁମାର ସାମ। ଦୁଇ ଜଣଙ୍କୁ ଚନ୍ଦ୍ରଗିରି ଚନ୍ଦ୍ରଗିରି ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ଗତ ୧୬/୦୫/୨୦୨୩ରେ ଖୋର୍ଦ୍ଧାରୁ ଭ୍ରମଣରେ ଆସିଥିବା ପାଞ୍ଚ ଜଣ ପର୍ଯ୍ୟଟକଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲା।

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ଆର୍.ଉଦୟଗିରି ବ୍ଲକ୍ ସୀମାରେ ଥିବା ପର୍ଯ୍ୟଟନ ସ୍ଥଳି ତଥା ଜଳପ୍ରପାତ ମାଙ୍କଡ଼ ଡ଼ିଆଁକୁ ଶନିବାର ବୌଦ୍ଧ ଜିଲ୍ଲାରୁ ଗୋଟିଏ ବୋଲେରରେ ଆଠ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଥାନା ମଲିପଡାର ଅମିତ କୁମାର ବାଘର, ଚିନ୍ମୟ କୁମାର ସାମ। ଦୁଇ ଜଣଙ୍କୁ ଚନ୍ଦ୍ରଗିରି ଚନ୍ଦ୍ରଗିରି ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି।

ଗତ ୧୬/୦୫/୨୦୨୩ରେ ଖୋର୍ଦ୍ଧାରୁ ଭ୍ରମଣରେ ଆସିଥିବା ପାଞ୍ଚ ଜଣ ପର୍ଯ୍ୟଟକଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲା। ମାଙ୍କଡ ଡିଆଁ ଜଳପ୍ରପାତରେ ବାରମ୍ବାର ପର୍ଯ୍ୟଟକଙ୍କୁ ମହୁମାଛି ଆକ୍ରମଣ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ନିରାକରଣର କୌଣସି ବ୍ୟବସ୍ଥା କରାଯାଉନାହଁ ।

Leave A Reply

Your email address will not be published.