ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କୋର୍ଟରେ ହାଜର ହେଉ ନଥିଲେ, ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ NBW

ଆଜି PMLA କୋର୍ଟରେ ହାଜର ହେବାକୁ ରହିଥିଲା ନିର୍ଦ୍ଦେଶ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଶ୍ରଦ୍ଧାଞ୍ଜଳୀ କୋର୍ଟରେ ହାଜର ହୋଇନଥିଲେ । ତାଙ୍କ ତରଫରୁ ଓକିଲ ଅଶୋକ ଦାସ ହାଜର ହୋଇଥିଲେ । ଆଜି ନ ଆସିବାରୁ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ NBW । ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛି ସିବିଆଇ କୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ NBW ଜାରି ହୋଇଛି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କୋର୍ଟରେ ହାଜର ହେଉ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଟାଳି ଚାଲିଥିଲେ ।

କୋର୍ଟରେ ହାଜର ହେବାକୁ ଶେଷ ତାରିଖ ଆଣିଥିଲେ ଶ୍ରଦ୍ଧାଞ୍ଜଳି । ଆଜି PMLA କୋର୍ଟରେ ହାଜର ହେବାକୁ ରହିଥିଲା ନିର୍ଦ୍ଦେଶ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଶ୍ରଦ୍ଧାଞ୍ଜଳୀ କୋର୍ଟରେ ହାଜର ହୋଇନଥିଲେ । ତାଙ୍କ ତରଫରୁ ଓକିଲ ଅଶୋକ ଦାସ ହାଜର ହୋଇଥିଲେ । ଆଜି ନ ଆସିବାରୁ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ହୋଇଛି । ଆସନ୍ତା ୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.