ଅଧା ରହିଗଲା ସାବିତ୍ରୀ ବ୍ରତ, ସ୍ତ୍ରୀଙ୍କ ପାଇଁ ଆଣିଥିବା ଶଙ୍ଖା ଦେଇପାରିଲେନି ସ୍ଵାମୀ

ସ୍ଵାମୀର ଦୀର୍ଘାୟୁ ଜୀବନ ମନାସି ପତ୍ନୀ ବ୍ରତ ରଖିଥାନ୍ତେ । ପୂଜା ପାଇଁ ବିଭିନ୍ନ ସାମଗ୍ରୀ ଆଣି ଯୋଗାଡ଼ କରିଥିଲେ। କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା। ପତି ଆଉ ଘରକୁ ଫେରି ନଥିଲେ। ଆଉ ସବୁଦିନ ପାଇଁ ପତ୍ନୀଙ୍କ ହାତରୁ ମେହେନ୍ଦି, ପାଦରୁ ଅଳତା, ମଥାରୁ ସିନ୍ଦୁର ଓ ହାତରୁ ଶଙ୍ଖା ଦୂରେଇ ଗଲା ।

ଖୋର୍ଦ୍ଧା(କେନ୍ୟୁଜ୍): ଅଘଟଣ ପରେ ପଶିଲା ଚେତା । ରାତାରାତି ଦୋଷ ଘୋଡାଇବା ପାଇଁ ହେଲା ବ୍ୟବସ୍ଥା । ଏତେ ଦିନ ଯାଏ ଯେଉଁ କାମ ହୋଇପାରୁନଥିଲା ଗୋଟେ ମୁଣ୍ଡ ଗଡିଲା ପରେ ପ୍ରଶାସନ ଦେଖାଇଲା ତତ୍ପରତା । ଏମିତି ଏକ ଅଘଟଣ ଘଟିଛି ଖୋର୍ଦ୍ଧା ଉପକଣ୍ଠ ପଲ୍ଲହାଟ ଠାରେ। ହଳଦୀପଦା ନିବାସୀ ଜିତେନ୍ଦ୍ର କୁମାର ସାହୁ ଶ୍ରଦ୍ଧାରେ ସମସ୍ତେ ଜିତୁ ବୋଲି ଡାକନ୍ତି ।

ଜିତୁ ଏଭଳି ଥିଲେ ଯେ କୌଣସି ମାଦକ ଦ୍ରବ୍ୟ ଛାଡ଼ ସାଧା ପୁଡ଼ିଆ ଟିଏବି ଖାଉନଥିଲେ । ୩ ଖଣ୍ଡ ମୌଜାରେ ଏଭଳି ପିଲା ସେ ଥିଲେ ଯେ ତାଙ୍କର ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡିଛନ୍ତି । ପଲ୍ଲାହାଟର ନିଜର ସମ୍ପର୍କୀୟଙ୍କ ଦୋକାନରେ କାମ କରନ୍ତି ଜିତୁ । ତାଙ୍କ ପରିବାର କହିଲେ ସେ ତାଙ୍କ ସ୍ତ୍ରୀ, ପୁଅ, ବାପା, ଆଈ । ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ ଜିତୁ। ବର୍ଷକର ପୁଅଟିଏ ଅଛି । ଚଳିତ ସାବିତ୍ରୀ ବ୍ରତ ଥିଲା ସେମାନଙ୍କ ଦ୍ୱିତୀୟ ବ୍ରତ।

death

ଗତ ୧୮ ତାରିଖ ରାତି ପ୍ରାୟ ୯ଟା ବେଳେ ପତ୍ନୀ ଜିତୁଙ୍କୁ ଫୋନ୍ କରି ନେଲପଲିସ ଓ ଶଙ୍ଖା ଆଣିବା ପାଇଁ ଭୁଲିଯାଇଥିବା କହିଥିଲେ ଏବଂ ତାଙ୍କୁ ଆଣିବାକୁ କହିଥିଲେ। ପତ୍ନୀଙ୍କ କଥା ଶୁଣି ଜିତୁ ନିକଟସ୍ଥ ଏକ ଦୋକାନରୁ ଶଙ୍ଖା ଓ ନେଲପଲିସ କିଣି ଘରକୁ ଫେରୁଥିଲେ। ତେବେ ଦୋକାନ ପାଖରେ ଥିବା ଏକ ଅପନ୍ତରା ସ୍ଥାନରେ କମ୍ ଆଲୋକ ହେତୁ ସେ ଝୁଣ୍ଟ ପଡ଼ିଥିଲେ ଏବଂ ସେଠାରେ ଥିବା ଏକ ଖୋଲା କୂଅ ଭିତରକୁ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଲୋକେ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି।

kua

ଏପଟେ ସ୍ଵାମୀର ଦୀର୍ଘାୟୁ ଜୀବନ ମନାସି ପତ୍ନୀ ବ୍ରତ ରଖିଥାନ୍ତେ । ପୂଜା ପାଇଁ ବିଭିନ୍ନ ସାମଗ୍ରୀ ଆଣି ଯୋଗାଡ଼ କରିଥିଲେ। କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା। ପତି ଆଉ ଘରକୁ ଫେରି ନଥିଲେ। ଆଉ ସବୁଦିନ ପାଇଁ ପତ୍ନୀଙ୍କ ହାତରୁ ମେହେନ୍ଦି, ପାଦରୁ ଅଳତା, ମଥାରୁ ସିନ୍ଦୁର ଓ ହାତରୁ ଶଙ୍ଖା ଦୂରେଇ ଗଲା । ଏଭଳି ଏକ ଦୁଃଖଦ ଘଟଣାରେ ସମସ୍ତେ ମ୍ରିୟମାଣ ହୋଇପଡିଛନ୍ତି।

ଏପଟେ ଜିତୁଙ୍କ ମୃତ୍ୟୁ ପରେ କୁଆଡେ ପ୍ରଶାସନ ରାତାରାତି ଖୋଲା କୂଅ ଚାରିପଟେ ବାଡା ବୁଲାଇ ଦେଇଛି । ହେଲେ ଲାଭ କଣ ଗଲା ଲୋକ ତ ଚାଲିଗଲା। ଏ ପଦକ୍ଷପ ଯଦି ଆଗରୁ ନିଆଯାଇଥାନ୍ତା ହୁଏକ ଏତେ ବଡ ଅଘଟଣକୁ ରୋକାଯାଇପାରିଥାନ୍ତା। ଅପରପକ୍ଷେ ଘରର ରୋଜଗାରିଆ ପୁଅ ଥିଲେ ଜିତୁ। ପରିବାରର ସବୁ ବୋଝ ତାଙ୍କରି ମୁଣ୍ଡରେ ଥିଲା । ଏବେ ଘର କେମିତି ଚଳିବ ସେଥିପାଇଁ ପରିବାର ସହିତ ସ୍ଥାନୀୟ ଲୋକେ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.