ଆଜି ଜିରୋ ସ୍ୟାଡୋ ଡେ, କୌଣସି ବସ୍ତୁରେ ଛାଇ ପଡ଼ିବ ନାହିଁ
ସୂର୍ଯ୍ୟ ମୁଣ୍ଡ ଊପରେ ଥିବା ସମୟରେ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ଅଞ୍ଚଳ ରେ ଛାଇ ପଡ଼ି ନଥାଏ। ଅଜି ଭୁବନେଶ୍ବରରେ ଦିନ ୧୧ ଟା ୪୩ ମିନିଟ ରୁ ଏପରି ସ୍ଥିତି ଦେଖିବାକୁ ମିଳିବ।
କେନ୍ୟୁଜ୍(ବ୍ୟୁରୋ): ଆଜି ଭୁବନେଶ୍ୱରରେ ଜିରୋ ସ୍ୟାଡୋ ଡେ’। ଉଭେଇଯିବ ଛାଇ । ଠିକ୍ ଦିନ ୧୧ଟା ୪୩ ମିନିଟ୍ରେ ହଜି ଯିବ ନିଜ ଛାଇ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ଦୁଇ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିବ । ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ । ସୂର୍ଯ୍ୟ ମୁଣ୍ଡ ଉପରେ ଥିବା ସମୟରେ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ଅଞ୍ଚଳରେ ଛାଇ ପଡ଼ି ନଥାଏ । ଅଜି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଶୂନ୍ୟ ଛାୟା ଦିବସର ଅନୁଭୂତି ନେବା ପାଇଁ ବ୍ୟବସ୍ଥା କରାଯାଇଛି ।