କାହ୍ନୁ ମରିଗଲା କେମିତି ?

ନୟାଗଡ଼ (କେ ନ୍ୟୁଜ୍‌) : ୭ ଦିନ ପରେ ମିଳିଲା ନିଖୋଜ ଛାତ୍ରର ମୃତଦେହ । ନୟାଗଡ଼ ଟାଉନ ଥାନା କରଡାବଣି ଗାଁ ନିକଟରୁ ଦଶମ ଶ୍ରେଣୀ ଛାତ୍ରର ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର କାହ୍ନ ୁ ନାଏକ । ଗତ ୧୨ ତାରିଖରୁ ସେ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ଥାନାରେ ଅପହରଣ ମାମଲା ଦାୟର କରିଥିଲେ । ଆଜି ସକାଳୁ ଗାଁ ନିକଟରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କାହ୍ନ ୁଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.