ED ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ବଢ଼ାଇବା ବେଆଇନ, ସମୟସୀମା ହ୍ରାସ କଲେ ସୁପ୍ରିମକୋର୍ଟ

ପ୍ରବର୍ତ୍ତନ ର୍ଦ୍ଦେଶାଳୟ (ED)ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ଆଦେଶ ଉପରେ ରୋକ୍‌ ଲଗାଇ ମିଶ୍ରାଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି।

ପ୍ରବର୍ତ୍ତନ ର୍ଦ୍ଦେଶାଳୟ (ED)ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ଆଦେଶ ଉପରେ ରୋକ୍‌ ଲଗାଇ ମିଶ୍ରାଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି। କୋର୍ଟ କହିଛନ୍ତି ଯେ ମିଶ୍ରା ଜୁଲାଇ ୩୧ ପର୍ଯ୍ୟନ୍ତ ନିଜ ପଦ ଜାରି ରଖିପାରିବେ। ସୂଚନାଥାଉ କି, ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ନଭେମ୍ବର ୧୮ରେ ଶେଷ ହେବାର ଥିଲା।

ଜଷ୍ଟିସ୍ ବି.ଆର ଗଭଇ, ଜଷ୍ଟିସ୍‌ ବିକ୍ରମ ନାଥ ଓ ସଞ୍ଜୟ କରୋଲଙ୍କ ବେଞ୍ଚ କହିଛନ୍ତି ଯେ ସଞ୍ଜୟ ମିଶ୍ରାଙ୍କ ସେବା ସମ୍ପ୍ରସାରଣ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ୨୦୨୧ରେ ଦେଇଥିବା ରାୟର ବିରୁଦ୍ଧ ଥିଲା, ଯେଉଁଥିରେ କୋର୍ଟ ତାଙ୍କୁ ୨୦୨୧ ନଭେମ୍ବରରୁ ଅଧିକ କାର୍ଯ୍ୟକାଳ ପ୍ରଦାନ କରିବାକୁ ବାରଣ କରିଥିଲେ। ଏଥିପାଇଁ ଏକ ଆଦେଶ ଜାରି କରାଯାଇଥିଲା।

କହି ରଖୁଛୁ, ସଞ୍ଜୟ ମିଶ୍ରାଙ୍କୁ ପ୍ରଥମେ ୨୦୧୮ ନଭେମ୍ବରରେ ଦୁଇ ବର୍ଷ ପାଇଁ ଇଡି ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ଏହି କାର୍ଯ୍ୟକାଳ ୨୦୨୦ ନଭେମ୍ବରରେ ସମାପ୍ତ ହୋଇଥିଲା। ସେ ୨୦୨୦ ମେ’ରେ ୬୦ ବର୍ଷର ସେବାନିବୃତ୍ତି ବୟସରେ ପହଞ୍ଚିଥିଲେ।

ତେବେ ୨୦୨୦ ନଭେମ୍ବର ୧୩ରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ ରାଷ୍ଟ୍ରପତି ୨୦୧୮ ଆଦେଶକୁ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ଦୁଇ ବର୍ଷର ସମୟକୁ ତିନି ବର୍ଷରେ ପରିବର୍ତ୍ତନ କରାଯାଇଛି। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

Leave A Reply

Your email address will not be published.