ମହାପ୍ରସାଦର ଲଗାଯାଉ ରେଟ୍ ଚାର୍ଟ ଓ ରହୁ ହେଲ୍ପ ଡେସ୍କ: ସୁଆର ମହାସୁଆର ନିଯୋଗ କଲା ଦାବି

ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରିବା,ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାର୍ଟ ଲଗାଇବା ,ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ,ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ ,ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବାକୁ ଦାବି କରିଛି ସୁଆର ମହାସୁଆର ନିଯୋଗ।

ପୁରୀ(କେନ୍ୟୁଜ୍):ଆନନ୍ଦ ବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି।ସୁଆର ମହାସୁଆର ନିଯୋଗ ,ପରିଚାଳନା କମିଟି ସଦସ୍ୟ,ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ କୋର୍ କମିଟି ଗଠିତ ହୋଇଛି।

ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରିବା,ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାର୍ଟ ଲଗାଇବା ,ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ,ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ ,ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା , ଜରି କାଢି ଶେଡର ବ୍ୟବସ୍ଥା,ଉତ୍ତର ଦ୍ଵାରରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଶୁଖିଲା ଓ ମହାପ୍ରସାଦ ଯୋଗାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବୀ କରିଛି ସୁଆର ମହାସୁଆର ନିଯୋଗ।

ସମସ୍ତ ଦାବୀକୁ ପ୍ରଶାସନ ଗ୍ରହଣ କରିବା ସହ ଗଠିତ ହୋଇଥିବା କୋର୍ କମିଟି ଆସନ୍ତା ୭ ଦିନ ଭିତରେ ରିପୋର୍ଟ ଦେବ।ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି।ବିଶେଷ କରି ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ କଟକଣାକୁ ଗୁରୁତ୍ଵ ଦିଆଯାଇଛି।

Leave A Reply

Your email address will not be published.