ଆଜି ୫ ବର୍ଷରେ ପାଦ ଥାପିଲା ଉତ୍କଳ ହସ୍ପିଟାଲ,ବିରଳ ରୋଗର ଚିକିତ୍ସା କରାଇବା ଦିଗରେ ଅଗ୍ରସର ହେଉଛି ମେଡିକାଲ

ନୀଳାଦ୍ରିବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଅଛି । ଏହି ଅବସରରେ ଅପରାହ୍ନରେ ହସ୍ପିଟାଲ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ଏଥିରେ ହସ୍ପିଟାଲର ପରିଚାଳନା ସଦସ୍ୟ, ଡାକ୍ତର, କର୍ମଚାରୀ ଓ ନିମନ୍ତ୍ରିତ ଅତିଥି ମାନେ ଯୋଗଦେଇଥିଲେ ।

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ନୀଳାଦ୍ରିବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଅଛି । ଏହି ଅବସରରେ ଅପରାହ୍ନରେ ହସ୍ପିଟାଲ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ଏଥିରେ ହସ୍ପିଟାଲର ପରିଚାଳନା ସଦସ୍ୟ, ଡାକ୍ତର, କର୍ମଚାରୀ ଓ ନିମନ୍ତ୍ରିତ ଅତିଥି ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂମାନନୀୟ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପରେ ହସ୍ପିଟାଲର ସିଇଓ – ଡକ୍ଟର ଆଶିଷ ଚନ୍ଦ୍ରା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ଉତ୍ସର୍ଗିକୃତ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ କର୍ମଚାରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକର୍ମର ଆୟୋଜନ କରଯାଇଥିଲା। କାର୍ଯ୍ୟକର୍ମ ଶେଷରେ ଉତ୍କଳ ହସ୍ପିଟାଲର ମାନେଜିଙ୍ଗ ଡିରେକ୍ଟର. ଡକ୍ଟର. ପ୍ରଜ୍ଞାନ ରଞ୍ଜନ ଘରାଇ ଉଦବୋଧନ ଦେଇ ଡାକ୍ତର ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ କିଭଳି ଭାବେ ଉତ୍କଳ ହସ୍ପିଟାଲ, ଓଡିଶାର ଜନସାଧାରଣ ମାନଙ୍କୁ ବିଭିନ୍ନ ବିରଳ ରୋଗର ଚିକିତ୍ସା ସୁବିଧା ଯୋଗାଇଦେବେ ସେ ବିଷୟରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଡିରେକ୍ଟର ଶୈଳେନ୍ଦ୍ର ନାରାୟଣ ପଣ୍ଡା, ଶ୍ରୀ ସୁବ୍ରତ ଦାସ, ଡକ୍ଟର ସଞ୍ଜୀବ ମିଶ୍ର, ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ଦାସ (ଡିନ ଏକାଡେମିକ ) ପ୍ରମୁଖ ଉପସ୍ଥିତ ଥିଲେ । ସୁଦୂର ଆମେରିକାରୁ ହସ୍ପିଟାଲର ଚେୟାରମ୍ଯାନ ଡକ୍ଟର ଆଦିତ୍ଯ ସାମଲ ଏବଂ ଡିରେକ୍ଟର ଡକ୍ଟର କଲ୍ଯାଣ ରଥ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.