Below header

ଶିମିଳିପାଳ ଅଭୟାରଣ୍ୟରେ କମ୍ବିଂ ଅପରେସନ, ୩ ଅଭିଯୁକ୍ତ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ କମ୍ବିଂ ଅପରେସନ ବେଳେ ମୟୂରଭଞ୍ଜ ପୋଲିସକୁ ପୁଣି ସଫଳତା ମିଳିଛି । ଦୁଇଟି ପୃଥକ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତିନିଟି ବନ୍ଧୁକ ଜବତ ହୋଇଛି। ବଡ଼ସାହି ଥାନା ଯଦୁନାଥପୁର ପଞ୍ଚାୟତର ରେଣ୍ଟସାହିରୁ ଦୁଇଟି ବନ୍ଧୁକ ସମେତ ୩ ଜଣକୁ ଗିରଫ କରିଛି ପୋଲିସ ।

ସେମାନେ ହେଲେ ରେଣ୍ଟସାହିର ଯଦୁନାଥ ହାଂସଦା, ଚନ୍ଦନଚତୁରୀ ଗାଁର ଠାକୁର ସିଂ ଓ ମଧୁ ସିଂ । ସେହିପରି ଉଦଳା ଥାନା ଅନ୍ତର୍ଗତ କାଶିକୁନ୍ଦଳ ଗାଁ ନିକଟ ଜଙ୍ଗଲରୁ ଲୁଚାଯାଇଥିବା ଅନ୍ୟ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଏନେଇ ଦୁଇଟି ଥାନାରେ ପୃଥକ ମାମଲା ରୁଜୁ ହୋଇଛି । ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତି ଓ ଦେଶୀ ବନ୍ଧୁକ ତିଆରି କରୁଥିବା ଲୋକଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.